ତୃତୀୟ ଲହର ପୂର୍ବରୁ ସପ୍ଲିମେଣ୍ଟ କିମ୍ବା ଔଷଧରେ ନୁହେଁ ବରଂ ଆଚାର ଓ ଚଟଣିରେ ବଢ଼ାନ୍ତୁ ଶିଶୁଙ୍କ ଇମ୍ୟୁନିଟି

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ, ୦୬/୦୬: କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମ ହେବାକୁ ଲାଗିଛି । କିନ୍ତୁ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଖାସ କରି ଶିଶୁଙ୍କ ପାଇଁ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । ଏହିଭଳି ସ୍ଥିତିରେ ପିଲାଙ୍କ ରୋଗ ପ୍ରତିରୋଧକ ମଜବୁତ କରିବା ବହୁତ ଜରୁରୀ । ପ୍ରତିରୋଧକ କ୍ଷମତା ମଜବୁତ କରିବାକୁ ଫୁଡ ସପ୍ଲିମେଣ୍ଟ କିମ୍ବା କୌଣସି ମହଙ୍ଗା ଡାଏଟର ଆବଶ୍ୟକତା ନାହିଁ । ଘରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଓ ସଠିକ ଜୀବନଶୈଳୀ ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇପାରିବ ।

{"id":462453,"sizeSlug":"large","linkDestination":"none"}


ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିବେକର ଏବଂ ତାଙ୍କ ଟିମ ପିଲାମାନଙ୍କ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏକ ଭିଡିଓ ଟିପ୍ସ ସେୟାର କରିଛନ୍ତି । ସେ ୫ ଟି ଖାଦ୍ୟ ବିଷୟରେ କହିଛନ୍ତି, ଯାହା ଏହି ସମୟରେ ପିଲାମାନଙ୍କର ଡାଏଟରେ ସାମିଲ କରିବା ଉଚିତ । ଆସନ୍ତୁ ଜାଣିବା ସେହି ୫ଟି ଖାଦ୍ୟ କଣ କଣ …

{"id":462454,"sizeSlug":"large","linkDestination":"none"}

ପିଲାଙ୍କୁ ଦିନକୁ ଥରେ ଯେକୌଣସି ମୌସୁମୀ ଫଳ କିମ୍ବା ଲୋକାଲ ଫଳ ନିଶ୍ଚୟ ଦିଅନ୍ତୁ । ଯଦି ପିଲାଙ୍କୁ ଫଳ ଖାଇବା ପସନ୍ଦ ନୁହେଁ ତାହେଲେ ଅଳ୍ପ ଟିକେ ବି ହଉ କିନ୍ତୁ ଦିଅନ୍ତୁ । ଆଭୋକାଡୋ ଏବଂ କିୱି ବଦଳରେ ଜାମୁକୋଳି, ଆମ୍ବ, ଅମୃତଭଣ୍ଡା, ବରକୋଳି ଭଳି ଫଳ ଖାଇବାକୁ ଦିଅନ୍ତୁ । ସନ୍ଧ୍ୟାରେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ । ଏହି ସମୟରେ ପିଲାଙ୍କୁ କିଛି ମିଠା ଖାଦ୍ୟ ଦିଅନ୍ତୁ । ସହଜରେ ହଜମ ହେଉଥିବା ଭାତ ପିଲାଙ୍କୁ ନିଶ୍ଚୟ ଦିଅନ୍ତୁ । ରାତିରେ ଡାଲି, ଭାତ ଓ କ୍ଷୀର ଜାତୀୟ ଖାଦ୍ୟ ଦେଇପାରିବେ ।
ପିଲାଙ୍କୁ ପ୍ରତିଦିନ ଘର ତିଆରି ଆଚାର ବା ଚଟଣି ଦିଅନ୍ତୁ । ଏହା ପେଟରେ ଭଲ ବ୍ୟାକ୍ଟେରିଆ ବଢାଇଥାଏ । ପିଲାଙ୍କୁ ଦିନବେଳା କିଛି କାଜୁ ବି ଦିଅନ୍ତୁ । ଏହା ପିଲାଙ୍କୁ ଏନର୍ଜେଟିକ ଓ ଆକ୍ଟିଭ ରଖିବାକୁ ସମସ୍ତ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯୋଗାଇଥାଏ ।

{"id":462455,"sizeSlug":"large","linkDestination":"none"}

ପିଲାଙ୍କୁ ସୁସ୍ଥ ରଖିବାକୁ ଓ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରଖିବାକୁ ଶୋଇବା ସମୟସୀମା ମଧ୍ୟ ରହିବ ଆବଶ୍ୟକ । ପିଲା ରାତିରେ ଅଧିକ ସମୟ ଯାଏଁ ଚେଇଁବା ଓ ସକାଳେ ବିଳମ୍ବରେ ଉଠିବା ଭଲ ନୁହେଁ । ପିଲା ୮ ଘଣ୍ଟା ଶୋଇବା ଉଚିତ । ୮ ଘଣ୍ଟା ଶୋଉଥିବା ଶିଶୁଙ୍କ ମଧ୍ୟରେ ମୋଟାପଣ କମ ଦେଖିବାକୁ ମିଳିଥାଏ । ଏହାସହ ଜଙ୍କ ଫୁଡ ଖାଇବା ଇଚ୍ଛା ମଧ୍ୟ କମ ହୋଇଥାଏ । ପିଲାଙ୍କୁ ସୁସ୍ଥ ରଖିବାକୁ ଶାରୀରିକ ବ୍ୟାୟାମ ମଧ୍ୟ ନିହାତି ଆବଶ୍ୟକ । ପିଲା ପ୍ରତିଦିନ ଶାରୀରିକ ବ୍ୟାୟାମ କରିବା ଉଚିତ ।

{"id":462456,"sizeSlug":"large","linkDestination":"none"}

ଏକ ଅଧ୍ୟୟନ ଅନୁଯାୟୀ, ପିଲାମାନେ ସପ୍ତାହକୁ ୩ ଦିନ ଏରୋବିକ୍ସ କରିବା ଆବଶ୍ୟକ । ସପ୍ତାହର ଅନ୍ୟ ୩ ଦିନ ମାଂସପେଶୀ ଓ ହାଡ ମଜବୁତ କଲାଭଳି ବ୍ୟାୟାମ କରିବା ଉଚିତ । ପିଲା ପ୍ରତିଦିନ ଯୋଗ ମଧ୍ୟ କରିବା ଉଚିତ । ପିଲାଙ୍କ ସହ ବାପା-ମା'ମାନେ ମଧ୍ୟ ଯୋଗ କରିବା ଉଚିତ । ଏରୋବିକ୍ସ କରିବା ଦ୍ୱାରା ହାର୍ଟ ସୁସ୍ଥ ରହେ ଓ ଶରୀରରେ ଅକ୍ସିଜେନ ସଞ୍ଚାଳନ ଭଲ ଭାବେ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.