ପ୍ରବଳ ବର୍ଷା ପରେ ଭୟଙ୍କର ରୂପ ନେଉଛି ମନ୍ଦାକିନୀ ନଦୀ, ଜାରି ହେଲା ଆଲର୍ଟ

Published By : Prameya-News7 Bureau | May 21, 2021 IST

ରୁଦ୍ରପ୍ରୟାଗ ୨୧/୫ : ଦୁଇ ଦିନ ଧରି ପର୍ବତରେ ଜାରି ରହିଛଥି ବର୍ଷା । ବର୍ଷା ଯୋଗୁଁ ସାଧାରଣ ଜୀବନ ବ୍ୟାହତ ହୋଇଛି । ବିଭିନ୍ନ ସ୍ଥାନରେ ନଦୀ ଡ୍ରେନ୍ ଏକାକାର ହୋଇଯାଇଛନ୍ତି । ଏଭଳି ସ୍ଥିତିରେ କେଦାରନାଥ ଧାମରୁ ପ୍ରବାହିତ ହେଉଥିବା ମନ୍ଦାକିନୀ ନଦୀରେ ଜଳସ୍ତର ବିପଦ ସଂକେତ ପାର କରିଛି । ପୂର୍ବରୁ କେବେ ବି ମନ୍ଦାକିନୀ ନଦୀର ଏପରି କୌଣସି କରାଳ ରୂପ ମେ ମାସରେ କେବେ ଦେଖାଯାଇ ନାହିଁ ।

ନଦୀକୁ ଦେଖିଲେ ଲାଗୁଛି ଯେ ପ୍ରବଳ ଢେଉ ଯେମିତି ସବୁକିଛି ଭସାଇ ନେବ । ସୂଚନା ଥାଉକି, ପର୍ବତରେ ଦୁଇ ଦିନ ବର୍ଷା ପାଇଁ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି । ଫଳରେ ଦୁଇ ଦିନ ଧରି ଲଗାତାର ବର୍ଷା ବି ଲାଗିରହିଛି । ବର୍ଷା ବନ୍ଦ ହେତୁ ଭୂସ୍ଖଳନ ଘଟଣା ମଧ୍ୟ ହ୍ରାସ ପାଉଛି । ଏହି ବର୍ଷା ସାଧାରଣ ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଜୁଲାଇ-ଅଗଷ୍ଟ ମାସର ଏମିତି ବର୍ଷା ହେବା ନଜିର ରହିଛି ।

କିନ୍ତୁ ଲଗାତାର ବର୍ଷା ହେତୁ ଜୁଲାଇ-ଅଗଷ୍ଟ ମାସରୁ ଅବସ୍ଥା ଆହୁରି ଖରାପ ହୋଇଯାଇଛି ଏଠାରେ । ବାଲୁକା ସଂଗ୍ରହ କରିବାକୁ ଚନ୍ଦ୍ରପୁରୀର ସାନ୍ଦାକିନି ନଦୀକୁ ଯାଇଥିବା ଏକ ପିକଅପ୍ ଗାଡି ମଧ୍ୟ ଫାଶରେ ପଡ଼ିଯାଇଥିଲା । ହଠାତ୍ ନଦୀର ପ୍ରବାହ ବଢିବାରୁ ଗାଡିଟି ନଦୀ ଭିତରକୁ ଚାଲିଯାଇଥିଲା । ତେବେ କୌଣସି ପ୍ରକାରେ ଗାଡିର ଡ୍ରାଇଭର ପଳାଇ ଆସି ନିଜ ଜୀବନ ରକ୍ଷା କରିଥିଲା । ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ । ନଦୀ କୂଳରେ ରହୁଥିବା ସମସ୍ତ ଲୋକଙ୍କୁ ସତର୍କ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.