ବିଜେପିର ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ନିଆରା ଢଙ୍ଗରେ ପ୍ରଚାର, ଚା' ଖଟିରେ ଲୋକଙ୍କ ସହିତ ଆଲୋଚନା

Published By : Prameya-News7 Bureau | April 14, 2019 IST

କାମାକ୍ଷାନଗର ୧୪|୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ବିଭିନ୍ନ ଦଳ ଗୁଡିକ ପ୍ରଚାର ଜୋରସୋର ଚଳାଇଛନ୍ତି। ନେତାମାନେ କେଉଁଠି  ଗାଁ ଗାଁ ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ତ କେଉଁଠି ସଭା ଶୋଭାଯାତ୍ରା କରୁଛନ୍ତି। କିନ୍ତୁ ଢେଙ୍କାନାଳ ଜିଲ୍ଲା ସାଂସଦ ବିଜେପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ନିଆରା ଢଙ୍ଗରେ ଭୋଟରଙ୍କ ନିକଟତର ହେଉଛନ୍ତି। ଆଜି ଜିଲ୍ଲାର ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଚା ଖଟିରେ ବସି ସାଧାରଣଲୋକ ଭାବେ ଲୋକଙ୍କ ସହ ମିଶି ଲିଫଲେଟ୍ ବାଣ୍ଟିବା ସହ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନହିତ କାର୍ଯ୍ୟ ଲୋକଙ୍କୁ ବୁଝାଇ ଭୋଟ୍ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି।

{"id":103392}

ଏହି ଅବସରରେ ସେ କହଛନ୍ତି ବିଜେପି କର୍ମକର୍ତ୍ତା ୨୪ ଘଣ୍ଟିଆ ଲୋକଙ୍କ ସେବାରେ ଲାଗିଛନ୍ତି। ପ୍ରଚାରପ୍ରସାର କାର୍ଯ୍ୟ ବହୁ ଆଗରୁ ସାରି ଦେଇଛନ୍ତି। ନରେନ୍ଦ୍ର ମୋଦିଜୀଙ୍କ ୫ବର୍ଷ ଶାସନ ଓ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପ୍ରତି କାର୍ଯ୍ୟଶୈଳୀ ଢେଙ୍କାନାଳ ଜିଲ୍ଲାରେ ଭୋଟରଙ୍କ ଉପରେ ଅଧିକ ପ୍ରଭାବ ପଡିଛି। ମୋ ୪୫ ବର୍ଷ ରାଜନୀତି ଜୀବନର ଅନୁଭୁତିରେ  ଓଡିଶାର ଭୋଟର ମାନେ ଅଦ୍ଭୁତ ସଫଳତା ଦେବେ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.