Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଧାରଣ କରନ୍ତୁ ୩ ମୁଖୀ ରୁଦ୍ରାକ୍ଷ, ବଦଳିଯିବ ଲୋକ-ପରଲୋକ

22/05/2019 at 2:14 PM

ହିନ୍ଦୁ ଧର୍ମ ଓ ଆସ୍ଥାରେ ରୁଦ୍ରାକ୍ଷର ଭୂମିକା ଗୁରୁତ୍ବପୂର୍ଣ୍ଣ। ଶିବପୁରାଣ, ରୁଦ୍ରପୁରାଣ, ଶ୍ରୀମଦଭାବତ ଆଦିରେ ଏହାର ମହିମା ବର୍ଣ୍ଣନା ଦେଖାଯାଏ। ସବୁଥିରେ ରୁଦ୍ରାକ୍ଷକୁ  ଭଗାନ ଶିବଙ୍କର ପୂର୍ଣ୍ଣପ୍ରତିନିଧିତ୍ବ ମିଳିଛି। କେବଳ ଧାରଣ କରିଲେ ହିଁ ଯେ କୌଣଶି ରୋଗରୁ ରୁଦ୍ରାକ୍ଷ ଆମକୁ କିଛି ସମୟରେ ମୁକ୍ତ କରିପାରେ। ଏମିତିରେ ରୁଦ୍ରାକ୍ଷ ଫଳ ଶୃତି ଅନୁସାରେ ବିଭିନ୍ନ ପ୍ରକାରର। ତେବେ ତ୍ରିମୁଖୀ ରୁଦ୍ରାକ୍ଷ ମାନବକୁ ମୋକ୍ଷ ପ୍ରଦାନ କରିପାରେ ଏଥିରେ ଦ୍ବିମତ ହେବାରେ କିଛି ନାହିଁ।

ଜ୍ୟୋତିଷ ଅନୁସାରେ କୌଣସି ଗ୍ରହ ଶାନ୍ତି ପାଇଁ ରତ୍ନ ପଥର ଉପଯୋଗୀ ହୋଇଥାନ୍ତି । ହେଲେ ରତ୍ନ ପଥରର ମୂଲ୍ୟ ଯୋଗୁ ସମସ୍ତଙ୍କ ପକ୍ଷେ ଏହା ଧାରଣ କରିବା ସମ୍ଭ ନୁହେଁ। ଏଣୁକେତେକ କ୍ଷେତ୍ରରେ ରୁଦ୍ରାକ୍ଷ ଧାରଣ ପାଇଁ ଜ୍ୟୋତିଷ ପରାମର୍ଶ ଦେଇଥାନ୍ତି। ଏଥିରେ ତ୍ରିମୁଖୀ ରୁଦ୍ରାକ୍ଷ ଯଦି ଧାରଣ ପାଇଁ ଜ୍ୟୋତିଷ ପରାମର୍ଶ ଦିଅନ୍ତି ତେବେ ଆସନ୍ତୁ ଜାଣିବା ଏହାର ଗୁଣ।

କୁହାଯାଏ ତ୍ରିମୁଖ ରୁଦ୍ରାକ୍ଷ ଅଗ୍ନିରୁ ଉତ୍ପନ୍ନ ହୋଇଛି ଓ ଏହାମନୁଷ୍ୟର ପାପକୁନଷ୍ଟ କରିପାରେ। କେବଳ ଏତିକି ନୁହେଁ ଏହା ତ୍ରିଦୋଷ ବାତ, ପିତ ଓ କଫକୁ ଶାନ୍ତ କରେ। ଏହା ଦ୍ବାରା ତିନି ବର୍ଣ୍ଣ ସ୍ବର, ବ୍ୟଞ୍ଜନ ଓ ବିଶର୍ଗ ଉପରେ ମନୁଷ୍ୟର ଅଧିକାର ଆଣିଦେଇଥାଏ। ଏହା ସହ ମଣିଷର ୩ଟି ଆଶା ଧନ,ପୁତ୍ର ଓ ଲୋକ ମଧ୍ୟସୁଧାରି ଦେଇଥାଏ।

ବ୍ରହ୍ମା, ବିଷ୍ଣୁ ଓ ହର ଏହାକୁ ତ୍ରିଦେବ ଧାରଣ କରନ୍ତି। ଏଣୁ ଏହା ନାଡିମାନଙ୍କର ମଧ୍ୟ ନିୟନ୍ତ୍ରଣ କରିଥାଏ। ଫଳରେ ଆଦି, ଅନ୍ତ ଓ ମଧ୍ୟ ନାଡି ନିୟନ୍ତ୍ରିତ ହୋଇଥାଏ। ଏହାକୁ ୩ ଲିଙ୍ଗର ଲୋକେ ଧାରଣ କରିପାରିବେ। ଯେପରିକି ନର,ନାରୀ ଓ କିନ୍ନର। ଏଣୁ ବିଳମ୍ବ କାହିଁକି ତିନିଲୋକ ସୁଧାରପାଇଁ ତୁରନ୍ତ ଧାରଣ କରନ୍ତୁତ୍ରିମୁଖୀ ରୁଦ୍ରାକ୍ଷ।  

   Related Posts