ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ପରିସରରେ ମହାଦେବଙ୍କ ରୁଦ୍ରାଭିଷେକ : ଭୂମି ପୂଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଆଯିବ ନିମନ୍ତ୍ରଣ

Published By : Prameya-News7 Bureau | June 10, 2020 IST

ଅଯୋଧ୍ୟା ୧୦/୦୬ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ମହାଦେବଙ୍କୁ ଆରାଧନା କରାଯାଉଛି | ଶ୍ରୀରାମ ମନ୍ଦିର ନିର୍ମାଣରେ ଯେମିତି କୌଣସି ବାଧା ବିଘ୍ନ ନ ଆସିବ, ଶୁଭ ମନାସି ମନ୍ଦିର ପରିସରରେ ୨୮ ବର୍ଷ ପରେ କୁବେର ଟୀଲା ସ୍ଥିତ କୁବେରେଶ୍ୱର ମହାଦେବଙ୍କ ରୁଦ୍ରାଭିଷେକ ଆରମ୍ଭ ହୋଇଛି |

{"id":284244,"sizeSlug":"large"}

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ତଥା ମଣିରାମଦାସ ଛାବନି ମହନ୍ତ ନୃତ୍ୟଗୋପାଳ ଦାସଙ୍କ ଉତ୍ତରାଧିକାରୀ କମାଲ ନୟନ ଦାସ ମହାଦେବଙ୍କ ରୁଦ୍ରାଭିଷେକ କରୁଛନ୍ତି | ମନ୍ଦିର ମସଜିଦ ବିବାଦ ଯୋଗୁଁ ଅନେକ ବର୍ଷ ପର୍ଯ୍ୟନ୍ତ ଏଠାରେ ପୂଜା ହୋଇନଥିଲା | ଶିବଲିଙ୍ଗରେ ଜଳ ଅର୍ପଣ କରାଯାଇନଥିଲା | ପ୍ରତାତ୍ଵିକ କୁବେର ଟୀଲା ୬୭.୭୭ ଏକର ଭୂମି ପରିସରରେ ରହିଛି | କୁସ୍ତିରେ ଜିତିବା ପରେ ସ୍ଥାନୀୟ ବାସିନ୍ଦା ଧନପତ ରାମ ଯାଦବଙ୍କ ଦ୍ୱାରା ଏହି ବିଶାଳ ଶିବଲିଙ୍ଗ ସ୍ଥାପନା କରାଯାଇଥିଲା | ପ୍ରତ୍ୟେକ ବର୍ଷ ଶିବରାତ୍ରିରେ ଏଠାରୁ ଶିବଙ୍କ ବରଯାତ୍ରୀ ବାହାରୁଥିଲା | କିନ୍ତୁ ମନ୍ଦିର ମସଜିଦ ବିବାଦ ପରେ ବହୁ ସମୟ ଧରି କୁବେରେଶ୍ୱର ମହାଦେବଙ୍କ ପୂଜା ହୋଇନଥିଲା |

{"id":284245,"sizeSlug":"large"}

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ପ୍ରସ୍ତୁତି ଚାଲିଛି | ରବିବାର ଦିଲ୍ଲୀରେ ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କ ବୈଠକ ବସିଥିଲା | ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ ଦିଆଯିବ ବୋଲି ବୈଠକରେ ନିର୍ଣ୍ଣୟ ହୋଇଛି | ଏହାସହ ଆଗାମୀ କାର୍ଯ୍ୟ ବ୍ୟବସ୍ଥା ନେଇ ବୈଠକରେ ଚର୍ଚ୍ଚା ହୋଇଛି | ଖୁବ ଶୀଘ୍ର ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ମୋଦିଙ୍କୁ ନିମନ୍ତ୍ରଣ ଦେବା ପାଇଁ ଯିବେ | ତେବେ ଏବେ ଯାଏଁ ତାରିଖ ନିର୍ଣ୍ଣୟ ହୋଇନାହିଁ | ବର୍ତ୍ତମାନ କରୋନା ପାଇଁ ପ୍ରଧାନମନ୍ତ୍ରୀ ମୋଦି କୌଣସି କାର୍ଯ୍ୟକ୍ରମରେ ଉପସ୍ଥିତ ହେଉନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.