Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମାଟ୍ରିକ ପାସ୍‌ କଥା ଶୁଣିବାକୁ ରହିଲେନି ରୁଦ୍ର: ଗାଧୋଇବା ବେଳେ ତାଙ୍କୁ ଟାଣି ନେଇଥିଲା ଗୁମ୍ଭୀର

31/07/2020 at 1:00 PM

ଓଳାଭର୩୧/୭: ବୋଉଲୋ ଆଉ ଦିନ କେଇଟା ପରେ ମାଟ୍ରିକ ପରୀକ୍ଷା ଫଳ ବାହାରିବ । ମତେ ଭଲ କଲେଜରେ ପଢ଼ାଇବୁ । ତା’ ପରେ ଚାକିରି କରି ତୋ’ ଦୁଃଖ ଦୂର କରିବି । ମୋ’ ପାଇଁ ତୁ’ ଅନେକ କଷ୍ଟ କରିଛୁ । ଇଏ ହେଉଛି କିଛି ଦିନ ତଳେ ନିଜ ପରିବାର ଆଗରେ ଭାବାବେଗ ସହିତ କହିଥିବା ମୃତ ରୁଦ୍ର ପ୍ରତାପଙ୍କ ମା’ ପ୍ରତି ଆଶ୍ୱାସନା ।

ବୁଧବାର ବାହାରି ସାରିଛି ମାଟ୍ରିକ ପରୀକ୍ଷା ଫଳ । ପଞ୍ଚାୟତ ନୋଡାଲ୍‌ ହାଇସ୍କୁଲ୍‌ ଭାରୀଗଦାରେ ଏବେ ସବୁଠି ରୁଦ୍ରଙ୍କ ଚର୍ଚ୍ଚା । ଚଳିତ ବର୍ଷ ଏହି ସ୍କୁଲ୍‌ କନିକା ଆର୍‌ଏନ୍‌ ସ୍କୁଲ୍‌ ସେଣ୍ଟର୍‌ରେ ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷା ଫଳ ଦେଖିବାକୁ ସେ ନ ଥିଲେ ।

କିଛି ଦିନ ତଳେ ତାଙ୍କ ବାପାଙ୍କ ଆଗରେ ଖରସ୍ରୋତା ନଦୀରେ ଗାଧୋଉଥିବାବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ପରୀକ୍ଷା ଫଳ ବାହାରିବା ପରେ ଜଣାପଡ଼ିଥିଲା ଯେ, ରୁଦ୍ର ସି ଗ୍ରେଡ୍‌ରେ ୩୦୬ ନମ୍ବର ରଖି ପାସ୍‌ କରିଛନ୍ତି । ଏବେ ବି କାନ୍ଦ ବୋବାଳିରେ ତାଙ୍କ ଗାଁ ଫାଟି ପଡ଼ୁଛି । ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସହପାଠୀ ଆଉ ସମଗ୍ର ଗାଁରେ ରୁଦ୍ରପ୍ରତାପଙ୍କ ସଫଳତାକୁ ନେଇ କୋହଭରା ଆଲୋଚନା । ଏବେ ବି ତାଙ୍କ ପରିବାର ଶୋକରେ ମ୍ରିୟମାଣ ହୋଇପଡ଼ିଛି ।

   Related Posts