Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୃଷକଙ୍କ ମୃତ୍ୟୁରେ ଟାର୍ଗେଟ୍‌ରେ ଯୋଗୀ ସରକାର, ସୋମବାର ଲକ୍ଷ୍ମୀପୁର ଖିରି ଯିବେ ଅଖିଳେଶ-ପ୍ରିୟଙ୍କା-ବଘେଲ

3/10/2021 at 10:51 PM

ଲକ୍ଷ୍ମୀପୁର ଖିରି ୦୩।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରିରେ କୃଷକଙ୍କ ଉପରେ କାର ଚଢିବା ଘଟଣାରେ ଯୋଗୀ ସରକାର ଏବେ ବିରୋଧୀଙ୍କ ଟାର୍ଗେଟ୍‌ରେ। ସମସ୍ତେ ଏହି ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ କୃଷକ ଥିବା ବେଳେ ୪ ଜଣ ଗାଡିରେ ଥିବା ଲୋକ ସାମିଲ୍ ଥିବା କୁହାଯାଉଛି। ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ସୋମବାର ଲକ୍ଷ୍ମୀପୁର ଖିରି ଯିବେ। ଏହି ଘଟଣାରେ ଯୋଗୀ ସରକାର ବ୍ୟାକଫୁଟ୍‌ରେ ରହିଛନ୍ତି।

ଅନ୍ୟପଟେ ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ କହିଛନ୍ତି ଯେ, କ୍ଷମତା ନିଶାରେ ଚୂର ଏମିତି ଅହଙ୍କାରୀ ସରକାର ସେ ଆଜି ପର୍ଯ୍ୟନ୍ତ ଦେଖି ନାହାନ୍ତି। କ୍ଷମତା ନିଶାରେ ମଦମସ୍ତ ଏମିତି ସରକାର କଣ ଆପଣ କେବେ ଦେଖିଛନ୍ତି। ଆଉ କେତେ ଜଣ ଚାଷୀଙ୍କ ମୁଣ୍ଡ ନେବେ ମୋଦୀ ଜୀ ? ହତ୍ୟାକାରୀଙ୍କୁ ଗିରଫ କରି, ସିବିଆଇ ତଦନ୍ତ କରାଅ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସଞ୍ଜୟ ସିଂହ ଦାବି କରିଛନ୍ତି।

ଏହା ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆସନ୍ତାକାଲି ଲକ୍ଷ୍ମୀପୁର ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶରେ କୃଷକଙ୍କ ସହ ଯାହା ଘଟିଛି ତାହା ଅକ୍ଷମଣୀୟ। ମୁଁ ମଧ୍ୟ ଜଣେ କୃଷକ। କୃଷକଙ୍କ ଯନ୍ତ୍ରଣା ବୁଝି ପାରୁଛି। ଅପରପକ୍ଷେ ଘଟଣାର ସୂଚନା ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲକ୍ଷ୍ନୌ ଫେରି ଆସିଛନ୍ତି।

ଅଭିଯୋଗ ଅନୁଯାୟୀ, ତିକୁନିଆରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାରକେଡକୁ କଳା ପତାକା ଦେଖାଉଥିବା କୃଷକଙ୍କ ଉପରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ କାର ଚଢାଇ ଦେଇଛନ୍ତି। ଏଥିରେ ଚାରି ଜଣ କୃଷକଙ୍କ ମୃତ୍ୟୁ ଘଟିଛି। ଉତ୍ତେଜିତ  କୃଷକ ଗାଡି ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି। ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର କୌଣସି ପ୍ରକାରେ ଗାଡିରୁ ଖସି ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା କୁହାଯାଉଛି।

   Related Posts