ଓବିସି ସଂରକ୍ଷଣ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ, ବାଚସ୍ପତିଙ୍କ ସହ ଠେଲାପେଲା ପଡିଲା ମହଙ୍ଗା, ବିଜେପିର ୧୨ ବିଧାୟକ ବର୍ଷେ ପାଇଁ ସସ୍‌ପେଣ୍ଡ

Published By : Prameya-News7 Bureau | July 05, 2021 IST

ମୁମ୍ବାଇ ୦୫।୦୭: ଓବିସି ସଂରକ୍ଷଣ ବିଲ୍‌କୁ ନେଇ ଉଠିଲା ପଡିଲା ମହାରାଷ୍ଟ୍ର ବିଧାନସଭା। ପ୍ରବଳ ହଟ୍ଟଗୋଳରେ କମ୍ପିଲା ଗୃହ। ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିବା ସହିତ ପୋଡିୟମକୁ ଚଢି ମାଇକ୍ରୋଫୋନ ଉଖାଡି ଫିଙ୍ଗିଛନ୍ତି। ଏପରିକି ବାଚସ୍ପତିଙ୍କ ସହ ଠେଲାପେଲା କରିଛନ୍ତି। ସୋମବାର ବିଧାନସଭାରେ ଏମିତି ଅସ୍ଵାଭାବିକ ଓ ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଛି। ମରାଠା ସଂରକ୍ଷଣକୁ ଖାରଜ କରିବା ନେଇ ବିଜେପି ସଦସ୍ୟ ବିଧାନସଭାର ଦୁଇ ଦିନିଆ ମୌସୁମି ଅଧିବେଶନର ପ୍ରଥମ ଦିନରେ ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି। ବାଚସ୍ପତିଙ୍କ ବିରୋଧରେ ଆଶାଳୀନ ବ୍ୟବହାର ମାମଲାରେ ବିଜେପିର ୧୨  ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ଓବିସି ସଂରକ୍ଷଣ  ବିରୋଧରେ ଏକ ପ୍ରସ୍ତାବ ଧ୍ଵନିମତରେ ଗୃହୀତ ହୋଇଛି।

wp:html /wp:html

ଓବିସି ସଂରକ୍ଷଣ ପ୍ରସ୍ତାବ ଉପସ୍ଥାପନ କରିବା ସମୟରେ ବିଜେପି  ବିଧାୟକ ହଟ୍ଟଗୋଳ ଆରମ୍ଭ କରିଥିଲେ। ଗୃହର ମଧ୍ୟ ଭାଗକୁ ଆସି  ବାଚସ୍ପତିଙ୍କ ପୋଡିୟମରେ ଲାଗିଥିବା ମାଇକ୍ରୋଫୋନ ଭାଙ୍ଗି ଫିଙ୍ଗି ଦେଇଥିଲେ। ବାଚସସ୍ପତିଙ୍କୁ ଠେଲାପେଲା କରିଥିବା ଅଭିଯୋଗ ପରେ ୧୨  ବିଜେପି  ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି। ଏବେ ଏହି ୧୨ ବିଜେପି ବିଧାୟକ ମୌସୁମି ଅଧିବେଶନ, ଶୀତକାଳୀନ ଅଧିବେଶନ ଏବଂ ବଜେଟ୍ ଅଧିବେଶନରେ ଗୃହରେ ଯୋଗ ଦେଇ ପାରିବେ ନାହିଁ।

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଅନିଲ ପରବ ଓବିସି ସଂରକ୍ଷଣ ଉପରେ ଆଲୋଚନା ସମୟରେ ଗୃହରେ ଅରାଜକତା କରିବା , ବାଚସ୍ପତିଙ୍କ ଅପମାନ କରିବାରେ ଦୋଷୀ  ବିଜେପି  ବିଧାୟକଙ୍କୁ ନିଲମ୍ବିତ ପାଇଁ ଏକ ପ୍ରସ୍ତାବ ଗୃହରେ ରଖିଥିଲେ। ପ୍ରସ୍ତାବକୁ ବହୁମତରେ ଗୃହୀତ କରାଯାଇଥିଲା।

wp:html /wp:html

ପାର୍ଟି ସଭାପତି ଭାସ୍କର ଯାଦବ କହିଛନ୍ତି, ଆଜି ମୋ ପାଇଁ ଏକ କଳା ଦିବସ। ଅପରପକ୍ଷେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡଣବିସ ବାଚସ୍ପତିଙ୍କ ସହ ଠେଲାପେଲା ହୋଇନଥିବା କହିଛନ୍ତି। ଏଥିସହ ବିଜେପି ବିଧାୟକଙ୍କ ନିଲମ୍ବନ ପରେ ବିରୋଧୀ ଗୃହ କାର୍ଯ୍ୟକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଲମ୍ବିତ  ବିଧାୟକଙ୍କ ମଧ୍ୟରେ ସଞ୍ଜୟ କୁଟେ, ଆଶିଷ ଶେଲାର, ଗିରିଶ ମହାଜନ, ପରାଗଣ, ରାମ ସତପୁତେ, ଅତୁଲ ଭାଟଖଲକର, ଜୟକୁମାର ରାଓ୍ଵଲ, ହରିଶ ପିମ୍ପଲ, ଯୋଗେଶ ସାଗର, ନାରାୟଣ କୁଚେ, କୀର୍ତ୍ତି କୁମାର ବଗାଡିଆ ଓ ଅଭିମନ୍ୟୁ ପାଓ୍ଵାର ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.