'ଭୂତ ପୁଲିସ'ର ପୋଷ୍ଟରକୁ ନେଇ ବିବାଦ, ସାଧୁଙ୍କୁ ପରଦାରେ ଦେଖାଇବା ନେଇ ଟ୍ରୋଲ୍ ହେଲେ ସୈଫ ଅଲ୍ଲୀ ଖାନ

Published By : Prameya-News7 Bureau | July 06, 2021 IST

ମୁମ୍ବାଇ ୦୬।୦୭: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ କିଛି ସମୟ ହେବ ନିଜ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି। ଏହି ଚରିତ୍ରରେ ଅଭିନେତାଙ୍କୁ ବେଶ ପସନ୍ଦ ମଧ୍ୟ କରାଯାଉଛି। ଏବେ ସେ ଲିଡିଂ ରୋଲ୍ ପରିବର୍ତ୍ତେ ଖଳନାୟକ ଚରିତ୍ର ପ୍ରତି ଢଳିବାରେ ଲାଗିଛନ୍ତି। ସୈଫ ମଧ୍ୟ ସେହି ଧରଣ ଅଭିନୟରେ ଖୁବ୍ ଜମୁଛନ୍ତି। ଫିଲ୍ମ ନିର୍ମାତା ମଧ୍ୟ ତାଙ୍କ ଉପରେ ଭରସା ରଖୁଛନ୍ତି। ସୈଫ ଅଲ୍ଲୀ ଖାନ ଇଣ୍ଡଷ୍ଟ୍ରୀରେ ସବୁଠୁ ଶାନ୍ତ ସ୍ଵଭାବର ଅଭିନେତା ହୋଇଥିଲେ ମଧ୍ୟ ବେଳେ ବେଳେ ବିବାଦ ଘେରକୁ ଚାଲି ଆସୁଛନ୍ତି। ନିକଟରେ ଅଭିନେତାଙ୍କ ନୂତନ ଫିଲ୍ମ ଭୂତ ପୁଲିସରେ ତାଙ୍କର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଅଭିନେତାଙ୍କ ଲୁକରେ କାହାର କୌଣସି ଆପତ୍ତି ନାହିଁ। କିନ୍ତୁ ପୋଷ୍ଟରର ପ୍ରଚ୍ଛଦ ପଟରେ ହିନ୍ଦୁ ସନ୍ଥଙ୍କୁ ଦେଖାଇବା ଲୋକଙ୍କୁ ପସନ୍ଦ ଆସିନାହିଁ। ଏହି କାରଣରୁ ସୈଫ ଏବେ ଟ୍ରୋଲରଙ୍କ ଶିକାର ହୋଇଛନ୍ତି।

କରିନା କପୁର ଖାନ ନିକଟରେ ସୈଫଙ୍କ ଫିଲ୍ମ ଭୁତ ପୁଲିସର ପ୍ରଥମ ଲୁକ୍ ସେୟାର କରିଛନ୍ତି। ସୈଫ ହାତରେ ହତିଆର ଧରି ଡେଞ୍ଜର ଲୁକ୍‌ରେ ନଜର ଆସୁଛନ୍ତି। ଅଭିନେତା କଳା ରଙ୍ଗର ଜ୍ୟାକେଟ୍ ମଧ୍ୟ ପିନ୍ଧିଛନ୍ତି। ଫିଲ୍ମରେ ସେ ବିଭୂତି ଭୂମିକାରେ ଅଭିନୟ କରୁଛନ୍ତି। ପୋଷ୍ଟରରେ ସୈଫଙ୍କ ଲୁକ୍‌ରେ କାହାରି କିଛି ଆପତ୍ତି ନଥିଲା, ମାତ୍ର ପୋଷ୍ଟରର ପଛରେ ହିନ୍ଦୁ ଧର୍ମର ଦୁଇ ସାଧୁ ନଜର ଆସିବା ସବୁ ଗୋଳମାଳିଆ କରିଛି। ଏହାକୁ ନେଇ ଲୋକେ ସୈଫଙ୍କୁ ଟ୍ରୋଲ କରୁଛନ୍ତି। ହିନ୍ଦୁଙ୍କ ଭାବନାକୁ ଆଘାତ ଦେବା ପାଇଁ ବାହାନା କରାଯାଉଥିବା ଲୋକେ କହିଛନ୍ତି।

ତାଣ୍ଡବ ସମୟରେ ମଧ୍ୟ ଟ୍ରୋଲ ହୋଇଥିଲେ ସୈଫ

wp:html /wp:html

ଜଣେ ବ୍ୟକ୍ତି କହିଛନ୍ତି, ପୋଷ୍ଟର ପଛରେ ହିନ୍ଦୁ ସାନ୍ଥୁଙ୍କୁ ଦେଖାଇବାର କଣ ଆବଶ୍ୟକତା ରହିଛି। ଏହି ଫିଲ୍ମକୁ ବୟକଟ କରିବା ଉଚିତ୍। ଜଣେ ବ୍ୟକ୍ତି ଲେଖିଛନ୍ତି, କେବଳ ହିନ୍ଦୁ ସନ୍ଥ କଣ ପାଇଁ ମୁସଲିମ କାହିଁକି ନୁହେଁ। ଆଉ ଜଣେ ଲେଖିଛନ୍ତି, ସୈଫ ଅଲ୍ଲୀ ଖାନ ଜଣେ ଥାର୍ଡ କ୍ଲାସ୍ ଅଭିନେତା। ତାଙ୍କୁ ଫିଲ୍ମ ତାଣ୍ଡବ ସମୟରେ ମଧ୍ୟ ଟ୍ରୋଲ କରାଯାଇଥିଲା। ସୈଫ ତ ଆଦିପୁରୁଷ ଚଳଚ୍ଚିତ୍ରରେ ରାବଣ ଚରିତ୍ରରେ ଅଭିନୟ କରିବା ଯୋଗ୍ୟ ନୁହନ୍ତି। ଏବେ ମୋତେ ଲାଗୁଛି ସୈଫ ବାସ୍ତବରେ ଜଣେ ଭୂତ ବୋଲି ଜଣେ ବ୍ୟକ୍ତି ଲେଖିଛନ୍ତି।

wp:html /wp:html

ଭୂତ ପୁଲିସ ଫିଲ୍ମରେ ଅର୍ଜୁନ କପୁର, ଜ୍ୟାକଲିନ ଫର୍ଣ୍ଣାଡିଜ୍ ଓ ୟାମି ଗୌତମ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ରିଲିଜ୍ କରାଯିବ। ପ୍ରଥମେ ଫିଲ୍ମକୁ ସେପ୍ଟେମ୍ବର ୧୦ରେ ରିଲିଜ୍ କରାଯିବାର ଯୋଜନା ଥିଲା। ହେଲେ କିଛି ସମୟ ପୂର୍ବରୁ ଫିଲ୍ମକୁ ଅନଲାଇନ୍‌ ପ୍ଲାଟଫର୍ମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫିଲ୍ମର ଶୁଟିଂ ଗତ ବର୍ଷ ହିମାଚଳ ପ୍ରଦେଶରେ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.