Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳକୁ ନେଇ ସଭାପତି ଭେଙ୍କେୟା ନାଇଡୁ ଚିନ୍ତିତ, ବିରୋଧୀ ସାଂସଦଙ୍କ ବିରୋଧରେ ନେବେ କାର୍ଯ୍ୟାନୁଷ୍ଠାନ !

20/09/2020 at 7:11 PM

ନୂଆଦିଲ୍ଲୀ ୨୦।୦୯: କୃଷି ସଂପର୍କିତ ବିଧେୟକୁ ନେଇ ରାଜ୍ୟସଭାରେ ରବିବାର ପ୍ରବଳ ହଟ୍ଟଗୋଳ ହୋଇଛି। ଏହି ସମୟରେ ନାରାବାଜି କରି ବିରୋଧୀ ଗୃହ ମଧ୍ୟକୁ ଆସି ହଙ୍ଗାମା କରିଛନ୍ତି। କୋଭିଡ୍-୧୯ର ବିପଦକୁ ଭୁଲି ସାଂସଦ ପରସ୍ପର ମଧ୍ୟରେ ଧସ୍ତାଧସ୍ତି କରିବାକୁ ପଛେଇ ନାହାନ୍ତି। ହଙ୍ଗାମା ଏତେ ଅଧିକ ହୋଇଥିଲା ଯେ, ମାର୍ଶଲଙ୍କୁ ହସ୍ତକ୍ଷେପ କରିବାକୁ ପଡିଛି। ବିରୋଧୀ ସଦସ୍ୟ ବିଧେୟକର କପିକୁ ଫାଡି  ଗୃହରେ ଉଡାଇଛନ୍ତି। ଏପରିକି ରାଜ୍ୟସଭାର ଉପାଧ୍ୟକ୍ଷଙ୍କ ସାମ୍ନାରେ ଲାଗିଥିବା ମାଇକ୍‌ ମଧ୍ୟ ଉପାଡି ଭାଙ୍ଗି ଦେଇଛନ୍ତି। ହଟ୍ଟଗୋଳକୁ ନେଇ ଏବେ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି।

ସୂତ୍ର ଅନୁଯାୟୀ ଏହି ହଙ୍ଗାମାକୁ ନେଇ ରାଜ୍ୟସଭାର ସଭାପତି ବହୁତ ଚିନ୍ତିତ ଅଛନ୍ତି। ହଟ୍ଟଗୋଳ କରିଥିବା ଏବଂ ବିଧେୟକକୁ ଫାଡିଥିବା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି। ବିରୋଧୀ ସାଂସଦ ଯେଉଁଭଳି ବିଧେୟକୁ ବିରୋଧ କରିଛନ୍ତି ଏବଂ ଗୃହକାର୍ଯ୍ୟ ରୋକିବାକୁ ଉଦ୍ୟମ କରିଛନ୍ତି ତାକ ନେଇ ବିଜେପି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି।

ଭେଙ୍କେୟାଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ

ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ବସିଛି। ଏଥିରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମିଲ।  ବୈଠକରେ ବିରୋଧୀ ସାଂସଦଙ୍କ ବ୍ୟବହାରକୁ ନେଇ ଆଲୋଚନା କରାଯାଇଛି। ଉଲ୍ଲେଖନୀୟ ବିରୋଧୀ ଦଳ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

ଅନାସ୍ଥା ପ୍ରସ୍ତାବକୁ ନେଇ କଂଗ୍ରେସର ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କ କହିବା କଥା ଉପାଧ୍ୟକ୍ଷଙ୍କୁ ଗଣତନ୍ତ୍ର ପରମ୍ପରାର ରକ୍ଷା କରିବା ଉଚିତ୍। ମାତ୍ର ଏହା ପରିବର୍ତ୍ତେ ତାଙ୍କର ଆଭିମୁଖ୍ୟ ଆଜି ଗଣତାନ୍ତ୍ରିକ ପରମ୍ପରା ଓ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି ହରିବଂଶଙ୍କ ଏହି ଆଭିମୁଖ୍ୟକୁ ଦେଖି ଆମେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛୁ।

   Related Posts