ପେଗାସସ୍‌ ମାମଲାରେ କମ୍ପିଲା ଗୃହ, ଉତ୍ତର ରଖି ପାରିଲେ ନାହିଁ ଆଇଟି ମନ୍ତ୍ରୀ ଅଶ୍ଵିନୀ, କାଗଜ ଫାଡି ଫୋପାଡିଲେ ଟିଏମସି ସାଂସଦ

Published By : Prameya-News7 Bureau | July 22, 2021 IST

ନୂଆଦିଲ୍ଲୀ ୨୨।୦୭: ଇସ୍ରାଏଲ ସଫ୍ଟ ଓୟାର ପେଗାସ୍‌କୁ ନେଇ ଗୁରୁବାର ମଧ୍ୟ ସଂସଦରେ ଉଠିଲା ଝଡ। ବିରୋଧୀଙ୍କ ନାରାବାଜି ଏବଂ ପ୍ରବଳ ହଟ୍ଟଗୋଳରେ କମ୍ପିଲା ଗୃହ। ସ୍ଥିତି ଏମିତି ହେଲା ଯେ, ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର ମଧ୍ୟ ଠିକରେ ରଖି ପାରି ନାହାନ୍ତି। ତୃଣମୂଳ କଂଗ୍ରେସ ସାଂସଦ  ହଙ୍ଗାମା କରିବା ସହ କାଗଜ ଫାଡି ଗୃହର ମଧ୍ୟଭାଗରେ ଫୋପାଡିଛନ୍ତି। ଏମିତିରେ ଗୃହ ମୁଲତବୀ ରଖିବାକୁ ପଡିଥିଲା। ଆଜି କ୍ରମାଗତ ଗୃହରେ  ହଟ୍ଟଗୋଳ ଲାଗି ରହିଥିଲା। ବିଜେପି ଓ ଟିଏମସି ସାଂସଦ ମଧ୍ୟରେ ଉପରେ ଖୁବ୍ ନାରାବାଜି ହୋଇଛି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ସେନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତି ଏମିତି ଉପୁଜିଥିଲା ଯେ, ମାର୍ସଲଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା।

ହଙ୍ଗାମା କାରଣରୁ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର ଠିକ୍ ଢଙ୍ଗରେ ମଧ୍ୟ ରଖି ପାରି ନାହାନ୍ତି। ଦୁଇ ଥର ଗୃହ ମୁଲତବୀ ପରେ ଅପରାହ୍ନ ୨ଟାରେ ଯେମିତି ଗୃହ କାର୍ଯ୍ୟ ଆରମ୍ଭ ହେଲା ଉପ ସଭାପତି ହରିବଂଶ ନିଜର ତଥ୍ୟ ରଖିବାକୁ ବୈଷ୍ଣବଙ୍କୁ ଅନୁମତି ଦେଇଥିଲେ। ଠିକ୍ ଯେମିତି ଅଶ୍ଵିନୀ ବୈଷ୍ଣବ କହିବା ଆରମ୍ଭ କଲେ ଟିଏମସି ସଦସ୍ୟ ଖୁବ୍ ହଙ୍ଗାମ କରିଥିଲେ। ଏପରିକି କାଗଜ ଫାଡି ଗୃହରେ ଫୋପାଡିଥିଲେ। ପ୍ରବଳ ନାରାବାଜିରେ ବୈଷ୍ଣବଙ୍କ ଭାଷଣ ମଧ୍ୟ ଠିକ୍‌ରେ ଶୁଭୁନଥିଲା। ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ଖୁବ୍ ହଙ୍ଗାମା କରିଛନ୍ତି। ବିରୋଧୀଙ୍କ ଏହି ଆଭିମୁଖ୍ୟକୁ ଉପ ସଭାପତି ଅସଂସଦୀୟ ଆଖ୍ୟା ଦେଇଛନ୍ତି।

wp:html /wp:html

ଅଲଗା ଅଲଗା ପ୍ରସଙ୍ଗରେ ଗୃହରେ ହଙ୍ଗାମା କାରଣରୁ ଗୁରୁବାର ରାଜ୍ୟସଭା କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପରିକି ଶୂନ୍ୟକାଳ ଓ ପ୍ରଶ୍ନକାଳ ମଧ୍ୟ ହୋଇ ପାରିନଥିଲା। ଗୃହର କାର୍ଯ୍ୟ ଆରମ୍ଭ  ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ଏହା ପରେ ମଧ୍ୟ ଗୃହକାର୍ଯ୍ୟ ସ୍ଵଭାବିକ ହୋଇ ପାରିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.