ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

କଟକରେ ୨୨ତମ ରୁଚି ପ୍ରତିଭା ସମ୍ମାନ ଅନୁଷ୍ଠିତ

1/09/2018 at 3:00 PM

କଟକ ୧/୯ : କଟକରେ ୨୨ତମ ରୁଚି ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଛି | ଚଳିତବର୍ଷ ବର୍ଷିୟାନ୍ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କୁ ରୁଚି ଦେଶଗୌରବ ସମ୍ମାନ, ଯୁବ ଉଦ୍ୟୋଗୀ ରିତେଶ ଅଗ୍ରଓ୍ବାଲଙ୍କୁ ଦେଶଜ୍ୟୋତି ସମ୍ମାନ, ଚଳିତବର୍ଷ ଓଡିଶାର ଆଇଏଏସ୍ ଟପ୍ପର ଶୁଭଙ୍କର ମହାପାତ୍ରଙ୍କୁ ରୁଚି ବିଦ୍ୟାସାଗର, ଆନ୍ତର୍ଜାତିକ ହକି ତାରକା ସୁନୀତା ଲାକ୍ରାଙ୍କୁ ବାରବାଟୀ କ୍ରୀଡା ସମ୍ମାନରେ ସମ୍ମାନିତ କରାଯାଇଥିଲା | ସେହିପରି ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁଦୀପ ସୁଦର୍ଶନ ରଣା, ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଟପ୍ପର ସିଦ୍ଧାନ୍ତ କୁମାର ସାହୁ, ବାଣିଜ୍ୟ ଟପ୍ପର ଅନୀଶା ପଟ୍ଟନାୟକ ଓ ସାଇ ପ୍ରବୀଣ ପଟ୍ଟନାୟକ, କଳା ଟପ୍ପର ଅଭୀପ୍ସା ମିଶ୍ରଙ୍କୁ ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି, ରୁଚି ସମ୍ମାନ ଫଳକ ଓ ପ୍ରଶସ୍ତିପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ସମାରୋହରେ ମୁଖ୍ୟ ଅତିଥି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀଙ୍କ ଦ୍ବାରା ରୁଚି ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ପ୍ରକାଶିତ ପ୍ରତିଭାୟାନର ସ୍ବତନ୍ତ୍ର ସଂକଳନ ଉନ୍ମୋଚିତ ହୋଇଥିଲା |

   Related Posts