Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ ସେଫ୍‌-୨୦୨୧, ପୁରସ୍କୃତ ହେଲେ ୪ଜଣ ଶ୍ରେଷ୍ଠ ଗୃହିଣୀ

2/12/2021 at 8:02 PM

କଟକ ୦୨/୧୧ : ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ଆନୁକୂଲ୍ୟରେ ତଥା ଲୋକପ୍ରିୟ ସେଫ୍ ସୁନୀଲ୍ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ପ୍ରଥମ “ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ୍ ସେଫ୍‌-୨୦୨୧” ର ପୁରସ୍କାର ବିତରଣୀ ଉତ୍ସବ ମଧୁପାଟଣାସ୍ଥିତ ଫ୍ରୋଜିଟ୍ ପରିସରରେ ଥିବା ଫ୍ରୋଜିଟ୍ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପୁରଷ୍କାର ବିତରଣୀ ଉତ୍ସବରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ରୁଚିର ମାର୍କେଟିଂ ମୂଖ୍ୟ ଦେବବ୍ରତ ପଟ୍ଟନାୟକ ଓ ଫ୍ରୋଜିଟ୍‌ର ଫାଇନାନ୍ସ ମୂଖ୍ୟ ଶ୍ରୀକାନ୍ତ ମହାପାତ୍ର ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଆୟୋଜକ ସେଫ୍ ସୁନୀଲ ପ୍ରାରମ୍ଭିକ ସୂଚନା ଦେବା ସହ ଏଥିରେ ଅଂଶଗ୍ରହଣ କରିଥିବା ୫ ଟି ଦେଶ ଅଷ୍ଟ୍ରେଲିଆ, ସାଉଥ୍‌ଆଫ୍ରିକା, ଦୁବାଇ, ଇଣ୍ଡୋନେସିଆ ଓ ମସ୍‌କଟ୍ ତଥା ଆମ ଦେଶର ୧୫ ଟି ରାଜ୍ୟ ୧୦୦ ଜଣ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ରୁଚି ମସଲାର ସହଯୋଗରେ ଏହା ବେଶ୍  ରୁଚିକର କାର୍ଯ୍ୟକ୍ରମ ହୋଇଯାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଦୀର୍ଘ ୩ ମାସ ଧରି ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ  ଓଡ଼ିଶାର ମଧୁସ୍ମିତା ସୋରେନ୍ ପ୍ରଥମ, ସୋନାଲିରେ ଦ୍ୱିତୀୟ, ବନଜା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାଜସ୍ଥାନର ଗାୟତ୍ରୀ ରତନ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।  ପୁରଷ୍କାର ସ୍ୱରୂପ ପ୍ରଥମ ବିଜେତାକୁ ୫୦୦୦ ଟଙ୍କାର ଅର୍ଥରାଶି, ସୁନା କଏନ, ଦ୍ୱିତୀୟ ବିଜେତାକୁ ୩୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ ଏବଂ ତୃତୀୟ ବିଜେତାଙ୍କୁ  ୨୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିଯୋଗୀ ରୁଚିର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କୋଭିଡ୍ ସମୟରେ ଏହିଭଳି କାର୍ଯ୍ୟକ୍ରମ ସମସ୍ତ ଗୃହିଣୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେହୁରା ସଂଯୋଜନା କରିଥିବାବେଳେ ଦେବସ୍ମିତା ମିଶ୍ର, ଅମୃତରଂଜନ ଦାଶ, କୃଷ୍ଣଚନ୍ଦ୍ର ଦାଶ, ଜ୍ଞାନରଂଜନ ରାୟ, ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

   Related Posts