କଟକରେ ୨୨ତମ ରୁଚି ପ୍ରତିଭା ସମ୍ମାନ ଅନୁଷ୍ଠିତ
2/09/2018 at 2:29 AM

କଟକରେ ୨୨ତମ ରୁଚି ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବର୍ଷିୟାନ୍ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କୁ ରୁଚି ଦେଶଗୌରବ ସମ୍ମାନ, ଯୁବ ଉଦ୍ୟୋଗୀ ରିତେଶ ଅଗ୍ରଓ।ଲଙ୍କୁ ଦେଶଜ୍ୟୋତି ସମ୍ମାନ, ଆଇଏଏସ୍ ଟପ୍ପର ଶୁଭଙ୍କର ମହାପାତ୍ରଙ୍କୁ ରୁଚି ବିଦ୍ୟାସାଗର, ଆନ୍ତର୍ଜାତିକ ହକି ତାରକା ସୁନୀତା ଲାକ୍ରାଙ୍କୁ ବାରବାଟୀ କ୍ରୀଡା ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିଭଳି ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁଦୀପ ସୁଦର୍ଶନ ରଣା, ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଟପ୍ପର ସିଦ୍ଧାନ୍ତ କୁମାର ସାହୁ, ବାଣିଜ୍ୟ ଟପ୍ପର ଅନୀଶା ପଟ୍ଟନାୟକ ଓ ସାଇ ପ୍ରବୀଣ ପଟ୍ଟନାୟକ ଏବଂ କଳାରେ ଯୁକ୍ତ ୨ ଟପ୍ପର ଅଭୀପ୍ସା ମିଶ୍ରଙ୍କୁ ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ୧୫ ହଜାର ଲେଖାଏଁ ଅର୍ଥ ପୁରସ୍କାର ଓ ରୁଚି ସମ୍ମାନ ଫଳକ ପ୍ରଦାନ କରାଯାଇଛି । ସମାରୋହର ମୁଖ୍ୟ ଅତିଥି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚି ରୁଚି ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ପ୍ରକାଶିତ ପ୍ରତିଭାୟାନର ସ୍ବତନ୍ତ୍ର ସଂକଳନ ଉନ୍ମୋଚନ କରିଛନ୍ତି ।