ବିଗ୍ ବସ୍ ୧୪ରେ ରୁବିନାଙ୍କ ବଡ଼ ଖୁଲାସା : ଛାଡ଼ପତ୍ର ଦିଆନିଆ ପୂର୍ବରୁ ସ୍ବାମୀ ଅଭିନବଙ୍କୁ ଦେଇଥିଲେ ନଭେମ୍ବର ଯାଏଁ ସମୟ
30/11/2020 at 1:39 PM

ମୁମ୍ବାଇ ୩୦/୧୧: ଟେଲିଭିଜନ ରିୟଲିଟି ଶୋ ବିଗ୍ ବସ୍ ୧୪ରେ ଏବର୍ଷ ‘ଶକ୍ତି ଅସ୍ତିତ୍ବ କେ ଏହସାସ’ର ଅଭିନେତ୍ରୀ ରୁବିନା ଦିଲାଏକ ଏବଂ ତାଙ୍କ ସ୍ବାମୀ ଅଭିନବ ଶୁକ୍ଳା ଭାଗ ନେଇଛନ୍ତି। ଉଭୟେ ଲଗାତାର ଖୁବ୍ ସୁନ୍ଦର ପରଫର୍ମ କରି ଶୋରେ ତିଷ୍ଠିଛନ୍ତି ଏବଂ ପରସ୍ପରକୁ ଜୋରସୋରରେ ସମର୍ଥନ କରୁଛନ୍ତି ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି। ଲଗାତାର କପଲ୍ସ ଗୋଲ୍ସ ସେଟ୍ କରୁଥିବା ରୁବିନା- ଅଭିନବ ଜଣେ ଆଇଡଲ୍ କପଲ୍ ହୋଇଛନ୍ତି କିନ୍ତୁ ଏହି ସମୟରେ ରୁବିନା ଏକ ଟାସ୍କ ସମୟରେ ଖୁଲାସା କରିଛନ୍ତି ଯେ ଦୁହେଁ ଏବର୍ଷ ଅଲଗା ହୋଇଥାନ୍ତେ ଯେଉଁଥିପାଇଁ ସେମାନେ ପରସ୍ପରକୁ ନଭେମ୍ବର ମାସ ଯାଏଁ ସମୟ ଦେଇଥିଲେ।

ଏହି ସପ୍ତାହରେ ବିଗ୍ ବସ୍ ୧୪ର ଫିନାଲେ ହେବ ଯେଉଁଥିରେ ପାଖାପାଖି ୪ଜଣ ସଦସ୍ୟ ହିଁ ଆଗକୁ ଯିବେ। ଏପରି କ୍ଷେତ୍ରରେ ପ୍ରତ୍ୟେକ ସଦସ୍ୟ ଘରେ ତିଷ୍ଠି ରହିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ନିକଟରେ ବିଗ୍ ବସ୍ ଏକ ଟାସ୍କ ଦେଇଥିଲେ ଯେଉଁଥିରେ ପ୍ରତ୍ୟେକ ସଦସ୍ୟଙ୍କୁ ନିଜ ଜୀବନ ସହ ଜଡ଼ିତ ବଡ଼ ରହସ୍ୟ ବିଗ୍ ବସ୍ ସମ୍ମୁଖରେ କହିବାର ଥିଲା। ଏଥିରେ ରୁବିନା ନିଜର ଏବଂ ଅଭିନବଙ୍କ ସମ୍ପର୍କରେ ଫାଟ ବିଷୟରେ କହିଥିଲେ,ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇଥାନ୍ତେ,କିନ୍ତୁ ସେମାନେ ପରସ୍ପରକୁ ନଭେମ୍ବର ଯାଏଁ ଟାଇମ୍ ଦେଇଥିଲେ।
ଏହା କହି ରୁବିନା ବହୁତ ଇମୋସନାଲ୍ ହୋଇଯାଇଥିଲେ ଏବଂ ନିଜ ଲୁହକୁ ରୋକି ପାରିନଥିଲେ। ଆଗକୁ ରୁବିନା କହିଥିଲେ ଯେ ,‘ ଆମର ବିବାହ ବିଚ୍ଛେଦ ହେବାର ଥିଲା,ଯଦି ଏଠାରେ ସେମାନେ ଏକାଠି ଆସିନଥାନ୍ତେ ତେବେ ସେମାନେ ଏକାଠି ରହିପାରିନଥାନ୍ତେ। କନଫେସନ ପରେ ଅଭିନବ ତାଙ୍କୁ ଆଲିଙ୍ଗନ କରୁଛନ୍ତି।

ରୁବିନାଙ୍କ ଏହି ବଡ଼ କନଫେସନ ପରେ ଯେତେବେଳେ ସେ ବାହାରକୁ ଆସିଥିଲେ ଅଭିନବ ତାଙ୍କ ନିଷ୍ପତ୍ତିର ନିନ୍ଦା କରିଥିଲେ। ଅଭିନବ କହିଥିଲେ ଯେ ଏବେ ଏହି ଖବର ଚାରିଆଡ଼େ ବ୍ୟାପିଯିବ। ଏହା ସେମାନଙ୍କ ସିକ୍ରେଟ୍ ଥିଲା ଯାହା ଏବେ ପୂରା ବିଶ୍ବକୁ ଜଣା ପଡ଼ିଯାଇଛି। ରୁବିନାଙ୍କ ପୂର୍ବରୁ ସଲମାନ ଖାନ୍ ମଧ୍ୟ ଗ୍ରାଣ୍ଡ ପ୍ରିମିୟର ସମୟରେ ଉଭୟଙ୍କ ସମ୍ପର୍କରେ ମତାନ୍ତର କଥା କହିଥିଲେ।

ରୁବିନା ଏବଂ ଅଭିନବଙ୍କ ବିବାହ ୨୦୧୮ମସିହାରେ ହୋଇଥିଲା। କିନ୍ତୁ ଏବର୍ଷ ଉଭୟଙ୍କ ମଧ୍ୟରେ ଚାଲୁଥିବା ବିବାଦ ଯୋଗୁଁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।
