Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଗ୍ ବସ୍ ୧୪ : ରୁବିନା ଦିଲାଏକ୍ ହାସଲ କଲେ ଟ୍ରଫି, ରାହୁଲ ବୈଦ୍ୟ ହେଲେ ପ୍ରଥମ ରନର୍ସ ଅପ୍‌

22/02/2021 at 8:41 AM

ମୁମ୍ବାଇ ୨୨/୦୨ : ଗତକାଲି ବିଗ୍ ବସ୍ ଶୋ ର ହୋଷ୍ଟ ସଲମାନ ଖାନ୍ ୧୪ତମ ସିଜିନର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ବିଗ୍ ବସ୍ ୧୪ର ବିଜେତା ରୁବିନା ଦିଲାଏକ୍ ହୋଇଛନ୍ତି । ସଲମାନ ରୁବିନା ଦିଲାଏକ୍ ଙ୍କ ନାମ ଘୋଷଣା କରିବା ମାତ୍ରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁବ୍ ପ୍ରଶଂସା କରୁଛନ୍ତି । ଅନ୍ୟ ରନରଅପ୍ ଙ୍କ ଫ୍ୟାନ୍ସମାନେ ଟିକେ ନିରାଶ ଦେଖାଯାଉଥିଲେ ବି , ସେମାନେ ରୁବିନାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ବିଗ୍ ବସ୍ ର ଏ ପର୍ଯ୍ୟନ୍ତ ୧୪ଟି ସିଜିନ୍ ଟେଲିକାଷ୍ଟ ହୋଇସାରିଛି । ଏହି ସବୁ ସିଜିନ୍ ରେ କିଛି ଏମିତି ନାମ ଅଛି, ଯାହାଙ୍କ ବିନା ବିଗ୍ ବସ୍ ଯାତ୍ରା ଅସମ୍ପୂର୍ଣ୍ଣ ବୋଲି କୁହାଯାଉଛି । ଏହି ପ୍ରତିଯୋଗୀମାନଙ୍କ ଲିଷ୍ଟରେ ସିଦ୍ଧାର୍ଥ ଶୁକ୍ଲା, ହିନା ଖାନ ଏବଂ ବିକାଶ ଗୁପ୍ତା ରହିଛନ୍ତି । ତେବେ ଚାଲନ୍ତୁ ଜାଣିବା, ରୁବିନାଙ୍କ ପ୍ରତି ଏହି ତିନି ଜଣ ସେଲିବ୍ରେଟିଙ୍କର କ’ଣ ରହିଥିଲା ପ୍ରତିକ୍ରିୟା ।
ସିଦ୍ଧାର୍ଥ ଶୁକ୍ଲା :
ବିଗ୍ ବସ୍ ର ୧୩ ସିଜନରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଦେଖିବାକୁ ମିଳିଥିଲା । ଏହି ଶୋ ପାଇଁ ସିଦ୍ଧାର୍ଥ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଶେଷରେ ସେ ମଧ୍ୟ ଏହି ଶୋ ଜିତିଥିଲେ । ଏଥି ସହିତ ସିଦ୍ଧାର୍ଥ ଶାହନାଜ ଗିଲଙ୍କ ସହ ତାଙ୍କ ରିଲେସନ୍ କୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ସିଦ୍ଧାର୍ଥ ରୁବିନାଙ୍କ ବିଜୟ ଉପରେ ଟୁଇଟ୍ କରି ଲେଖିଛନ୍ତି, ବିଜୟ ପାଇଁ ଅଭିନନ୍ଦନ ରୁବିନା, ଆପଣ ଶୋ’ରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।‘
ବିକାଶ ଗୁପ୍ତା :
ବିକାଶ ଗୁପ୍ତା ବିଗ୍ ବସ୍ ର ଏକରୁ ଅଧିକ ସିଜିନ୍ ରେ ନଜର ଆସିଥିଲେ । ବିକାଶ ଗୁପ୍ତା ଟ୍ୱିଟ୍ କରି ଲେଖିଛନ୍ତି, ‘ଆଉ ଏକ ସିଜିନ୍ କୁ ସଫଳତାର ସହ ସମାପ୍ତ କରିଥିବାରୁ ବିଗ୍ ବସ୍ ଟିମ୍ କୁ ଶୁଭକାମନା । ଶେଷରେ ୨୦ ସପ୍ତାହ ପରେ ଆମ ପାଖରେ ଏହି ସିଜିନ୍ ର ବିଜେତା ଅଛନ୍ତି ।‘ ଶୁଭେଚ୍ଛା ରୁବିନା ଦିଲାଏକ୍। ‘
ହିନା ଖାନ :
ହିନା ଖାନ ଫୁଲ୍ ଏନ୍ ଏନର୍ଜୀ ସହ ରୁବିନାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ହିନା ଖାନ ଟ୍ୱିଟ୍ କରି କହିଛନ୍ତି, ‘ରୁବି … ରୁବି .. ରୁବିନା …, ତୁମ ପାଇଁ ଗର୍ବ ଅନୁଭବ କରୁଛି ଟିମ୍ ହିନା । ଅନେକ ଭଲପାଇବା ଏବଂ ଶୁଭେଚ୍ଛା । ‘
ଗତକାଲି ବିଳମ୍ବିତ ରାତିରେ ଶୋ’ର ବିଜେତା ଙ୍କ ନାମ ପ୍ରକାଶ ପାଇଥିଲା । ରୁବିନା ଏହି ଗ୍ରାଣ୍ଡ ଫାଇନାଲରେ ରାଖୀ ସାୱନ୍ତ, ନିକ୍କି ତାମ୍ବୋଲି, ରାହୁଲ ବୈଦ୍ୟ ଏବଂ ଅଲି ଗୋନି ଙ୍କ ସହ ଟକ୍କର ଦେଇଥିଲେ । ଏହି ଷ୍ଟାରମାନଙ୍କ ବ୍ୟତୀତ ସୋସିଆଲ ମିଡିଆରେ ଆହୁରି ଅନେକ ସେଲିବ୍ରେଟି ଟ୍ୱିଟ୍ କରି ରୁବିନାଙ୍କୁ ଶୁଭେତ୍ସା ଜଣାଇଛନ୍ତି ।

   Related Posts