Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ରୁବିନାଙ୍କ ପରେ ଭଉଣୀ ଜ୍ୟୋତିକା କରୋନା ସଂକ୍ରମିତ, ଆଇସୋଲେସନରେ ବି ଦୁହେଁ ମନାଉଛନ୍ତି ଖୁସି, ଇନ୍‌ଷ୍ଟାରେ ସେୟାର କରିଛନ୍ତି ଫଟୋ…

18/05/2021 at 12:26 PM

ମୁମ୍ବାଇ ୧୮/୦୫: ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ ୧୪ ବିଜେତା ରୁବିନା ଦିଲାଏକ୍ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ସେ ନିଜ ସହର ହିମାଚଳକୁ ଯାଇ ନିଜକୁ କ୍ୟାରେନଣ୍ଟାଇନ୍ କରିଥିଲେ । ବର୍ତ୍ତମାନ ରୁବିନାଙ୍କ ପରେ ତାଙ୍କ ଭଉଣୀ ଜ୍ୟୋତିକା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଜ୍ୟୋତିକାଙ୍କ କରୋନା ରିପୋର୍ଟ ପଜିଟିଭ ହେବା ପରେ ଉଭୟ ଏକାଠି କ୍ୟାରେନଣ୍ଟାଇନରେ ଅଛନ୍ତି। ଦୁଇ ଭଉଣୀ ମିଶି କ୍ୟାରେନଣ୍ଟାଇନ୍ ଟାଇମକୁ ଖୁବ୍ ଏଞ୍ଜଏ କରୁଛନ୍ତି । ନିକଟରେ ରୁବିନା କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁଇ ଭଉଣୀ କ୍ୟାମେରା ଆଗରେ ପୋଜ୍ ଦେଇଥିବା ନଜର ଆସିଛନ୍ତି ।

ଏହି ଫଟୋଗୁଡିକୁ ଦେଖିଲେ ଲାଗୁଛି ଯେ ଉଭୟ ଭଉଣୀ କରୋନା ସଂକ୍ରମିତ ହେବା ପରେ ମଧ୍ୟ ଭୟ କରୁ ନାହିଁ, ବରଂ ସାହସ ଏବଂ ଏଞ୍ଜଏ କରି ଏହାର ସାମ୍ନା କରୁଛନ୍ତି । ଏହି ଫଟୋଗୁଡିକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ଏକାଠି କ୍ୱାରେନଣ୍ଟାଇନ ହୋଇଥିବା ଭଉଣୀ ଏକାଠି ଭଲ ହୋଇଥାନ୍ତି ।‘

ରୁବିନା ମେ ୧ ରେ କରୋନା ସଂକ୍ରମିତ ହୋଇଥିଲେ । ସେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସମାନଙ୍କୁ ତାଙ୍କର ସଂକ୍ରମଣ ବିଷୟରେ ସୂଚନା ଦେଇଥିଲେ। ରୁବିନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ମୁଁ ସବୁବେଳେ ପଜିଟିଭ ପ୍ରତି ଧ୍ୟାନ ଦେଇଥାଏ !! ବର୍ତ୍ତମାନ ମୁଁ ଏକ ମାସ ପରେ ପ୍ଲାଜ୍ମା ଦାନ କରିବାକୁ ସମର୍ଥ ହେବି । ୧୭ ଦିନ ପାଇଁ ମୁଁ ନିଜକୁ ଘରେ କ୍ୱାରେନଣ୍ଟାଇନ କରିଛି । ଯେଉଁମାନେ ଗତ ୫ ରୁ ୭ ଦିନ ମଧ୍ୟରେ ମୋ ସମ୍ପର୍କରେ ଆସିଛନ୍ତି , ଦୟାକରି ନିଜର ଟେଷ୍ଟ କରାଇ ନିଅନ୍ତୁ ।

   Related Posts