Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆରଟିପିସିଆର ଟେଷ୍ଟରେ କରୋନାର ନୂଆ ଭୂତାଣୁ ଧରାପଡୁନି ଖବର ଏକ ଗୁଜବ, ଡବଲ୍ ଜେନ୍ ଟେଷ୍ଟ୍‌ର ସଫଳତା ଭରସାଯୋଗ୍ୟ

24/04/2021 at 1:05 PM

ନୂଆଦିଲ୍ଲୀ,୨୪/୦୪  : ବେଲଗାମ୍ କରୋନା ଭାଇାରସ । ଦେଶରେ ଦୈନିକ ବାହାରୁଛି ୩ ଲକ୍ଷରୁ ଢେର୍ ଅଧିକ ପଜିଟିଭ୍ କେସ୍ । ୨୫୦୦ରୁ ଅଧିକ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି । ଏସବୁ ମଧ୍ୟରେ ସରକାର ଟେଷ୍ଟିଂକୁ ବୃଦ୍ଧି କରିଛନ୍ତି । କରୋନା ଲକ୍ଷଣ ଦେଖାଗଲେ ଆଣ୍ଟିଜେନ୍ ଓ ଆରଟିପିସିଆର ଟେଷ୍ଟ୍ କରାଯାଉଛି । କିନ୍ତୁ ଆରଟିପିସିଆର୍ ଟେଷ୍ଟରେ କରୋନାର ନୂଆ ରୂପ ଠାବ ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି । ଫଳରେ ରିପୋର୍ଟ ନେଗେଟିଭ୍ ଆସୁଥିବା କେହି କେହି କହୁଛନ୍ତି ।  

କିଛି ବିଶେଷଜ୍ଞ ଯୁକ୍ତି ବାଡିଛନ୍ତି ଯେ, ଡବଲ ମ୍ୟୁଟାଣ୍ଟ (ବି.୧.୬୧୭)ଓ ଟ୍ରିପଲ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍‌ସ ଆରଟି-ପିସିଆର ଟେଷ୍ଟରେ ଧରାପଡୁନାହିଁ । ଦିଲ୍ଲୀର ହେଲ୍‌ଭେଟିଆ ମେଡିକାଲ ସେଣ୍ଟରର କନ୍‌ସଲଟାଣ୍ଟ ଡାକ୍ତର ସୌରଦୀପ୍ତ ଚନ୍ଦ୍ରା କହିଛନ୍ତି ଯେ, ଭାଇରସ୍‌ ତାର ଏଭଳି ରୂପ ପରିବର୍ତ୍ତନ କରିଛି ଯେ ଆରଟି-ପିସିଆର ଟେଷ୍ଟ ନୂଆ ଭାଇରସ୍‌କୁ ଚିହ୍ନଟ କରିବାରେ ବିଫଳ ହେଉଛି । ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ।

କିନ୍ତୁ ସରକାର ସୂତ୍ର ଏହି ଯୁକ୍ତିକୁ ଖଣ୍ଡନ କରିଛି । ଏହି ଅନୁସାରେ, ଆରଟିପିସିଆର ଟେଷ୍ଟରେ ଭାଇରସର ନୂଆ ରୂପ ଚିହ୍ନଟ ହୋଇପାରୁନଥିବା ଯେଉଁ ରିପୋର୍ଟ ଆସିଛି ତାହା ଠିକ୍ ନୁହେଁ । ଏନେଇ ଅନେକ ଗୁଜବ ସୃଷ୍ଟି ହେଉଛି । କାରଣ ଏହି ଡବଲ ମ୍ୟୁଟାଣ୍ଟ କେବଳ ଆରଟିପିସିଆର ଟେଷ୍ଟରେ ହିଁ ଚିହ୍ନଟ ହୋଇଥାଏ । ଆରଟିପିସିଆର ଟେଷ୍ଟ ଭାଇରସକୁ ଚିହ୍ନଟ କରିପାରୁନଥିବା ଯାହା କୁହାଯାଉଛି ସେପରି କୌଣସି ସମ୍ଭାବନା ନାହିଁ । ଡବଲ୍ ଜେନ୍ ଟେଷ୍ଟରୁ କିଛି ଅସ୍ପଷ୍ଟ ରହେ ନାହିଁ । ତେବେ ଆରଟିପିସିଆର ଟେଷ୍ଟର ସଠିକ୍ ନିରୂପଣତା ୭୦ ପ୍ରତିଶତ ଅଟେ ।

ସୂଚନାଯୋଗ୍ୟ, ଓଡିଶାରେ ମଧ୍ୟ ଡବଲ୍ ଜେନ୍ ଟେଷ୍ଟ ହେଉଛି । ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ କୋଭିଡ୍ ଭୂତାଣୁ ଚିହ୍ନଟ ପାଇଁ ସବୁଠୁ ପ୍ରଭାବି ବ୍ୟବସ୍ଥା ଡବଲ୍ ଜେନ୍ ଟେଷ୍ଟ୍ ମଧ୍ୟ କରାଯାଉଛି ।

   Related Posts