ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ RTPCR ଟେଷ୍ଟ ବାଧ୍ୟତାମୂଳକ, ଛତିଶଗଡ-ଓଡିଶା ଯାତାୟତ ଉପରେ ଲାଗିଲା କଟକଣା
8/04/2021 at 9:00 PM

ଭୁବନେଶ୍ବର ୦୮/୦୪ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଠୋର ହୋଇଛନ୍ତି ସରକାର । ଏଣିକି ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆଇ ଟେଷ୍ଟ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ବିନା ରିପୋର୍ଟରେ ୭ଦିନ ପାଇଁ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି ।
ଏହା ସହିତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ଯାଏଁ ଛତିଶଗଡକୁ ଯାତାୟତ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଉଭୟ ରାଜ୍ୟକୁ ଯାତାୟତ ଉପରେ ରୋକ ଲଗାଯାଇଛି । ଉଭୟ ରାଜ୍ୟର ସୀମାରେ ଚେକିଂ କଡାକଡି କରାଯିବ । ଏ ନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ।