ପୂଜା ଛୁଟିରେ ବି ଖୋଲା ରହିବ ଆରଟିଓ ଅଫିସ : ପଞ୍ଜିକରଣ ବିଭାଗ ଖୋଲା ରଖିବାକୁ ପରିବହନ କମିଶନରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | October 03, 2019 IST

ଭୁବନେଶ୍ବର ୩/୧୦: ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ । ଆସନ୍ତା ୫ ତାରିଖରୁ ଦଶହରା ଛୁଟି ହେବ । ତେବେ ଅକ୍ଟୋବର ୫ ଓ ୭ ତାରିଖରେ ଆରଟିଓ ଅଫିସର ପଞ୍ଜିକରଣ ବିଭାଗ ଖୋଲା ରହିବ । ପାର୍ବଣ ସମୟରେ ପ୍ରାୟ ସବୁ ସୋରୁମ ଆକର୍ଷଣୀୟ ଅଫରମାନ ରଖୁଛନ୍ତି । ତେଣୁ ଗାଡି କିଣା ହାର ବୃଦ୍ଧି ପାଇବ ।

ଆଉ ପୂଜା ଛୁଟି ଯୋଗୁଁ ଗାଡି ରେଜିଷ୍ଟ୍ରେସନ କରିବା ସମ୍ଭବ ହେବ ନାହିଁ । ତେଣୁ ପରିବହନ କମିସନର ପୂଜା ଛୁଟିରେ ମଧ୍ୟ ଆରଟିଓ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଶହରା ପୂଜା ବେଳେ କୌଣସି ଗାଡି ଡିଲର ବିନା ରେଜିଷ୍ଟ୍ରେସନରେ କୌଣସି ଗାଡି ବିକ୍ରି କରିପାରିବେ ନାହିଁ ।

କୌଣସି  ସୋ ରୁମ ମାଲିକ ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର । ଯେମିତି କୌଣସି ଗାଡି ଡିଲର ପଞ୍ଜୀକରଣ ହୋଇନଥିବା ଗାଡି ବିକ୍ରି ନକରିବେ ସେ ନେଇ ତଦାରଖ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.