ରବିବାରରେ ଖୋଲା ରହିଲା ଆରଟିଓ ଅଫିସ୍ : ଦେଖିବାକୁ ମିଳିଲା ଚାକିରିଆଙ୍କ ଭିଡ, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ

Published By : Prameya-News7 Bureau | September 15, 2019 IST

କଟକ ୧୫।୯: ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ରବିବାରରେ ମଧ୍ୟ ଖୋଲା ରହିଲା ଆରଟିଓ ଅଫିସ୍ । କିନ୍ତୁ ଅନ୍ୟ ଦିନ ମାନଙ୍କ ତୁଳନାରେ ଆଜି ଆର୍‌ଟିଓ ଅଫିସରେ ସେତେଟା ଭିଡ ଦେଖିବାକୁ ମିଳି ନଥିଲା । ଅଧିକାଂଶ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଆଜି ଗାଡି କାଗଜପତ୍ର କାମ ପାଇଁ ଆରଟିଓ ଅଫିସରେ ଚାକିରିଆମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ହେଲେ ଆଜି କେବଳ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ କାମ ହେଉଥିବାରୁ କିଛି ଲୋକଙ୍କୁ ନିରାଶ ହେବାକୁ ପଡିଥିଲା । ସେପଟେ କଟକ ଆରଟିଓ ଅଫିସରେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍ ବ୍ୟବସ୍ଥା ନଥିବାରୁ କିଛି ମହିଳା ଅସନ୍ତୋଷ ପ୍ରକାଶ କରିଥିଲେ ।

{"id":158144}

ସରକାରଙ୍କ ନିର୍ଦ୍ଦେଶ । ତେଣୁ ଆଜି ରବିବାର ହେଲେ ବି ଖୋଲା ରହିଲା ଆର୍‌ଟିଓ ଅଫିସ୍ । ତେବେ ଅନ୍ୟ ଦିନ ଗୁଡିକରେ କଟକ ଆର୍‌ଟିଓ ଅଫିସ୍ ରେ ଯେତିକି ଭିଡ ଦେଖିବାକୁ ମିଳେ, ଆଜି ସେତେଟା ଭିଡ ଦେଖିବାକୁ ମିଳିନଥିଲା । ଗାଡି କାଗଜପତ୍ର ଠିକ୍ କରିବା ପାଇଁ କଟକ ଆର୍‌ଟିଓକୁ ଆସିଥିବା ଅଧିକାଂଶ ଲୋକ ଚାକିରିଆ ଶ୍ରେଣୀର ଥିଲେ ।

{"id":158149}

ଆଜି ଗୋଟିଏ ଦିନ ଛୁଟି ଥିବାରୁ ଗାଡି କାଗଜପତ୍ର ଠିକ୍ କରିବା ପାଇଁ ଆରଟିଓ ଅଫିସ୍ ଆସିଥିଲେ । ହେଲେ କିଛି ଲୋକଙ୍କୁ ଆଜି ନିରାଶ ହେବାକୁ ପଡିଛି । କାରଣ ରବିବାର କେବଳ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ କାମ ହେଉଛି । ସେପଟେ ମହିଳା ମାନଙ୍କ ପାଇଁ କଟକ ଆରଟିଓ ଅଫିସ୍ ରେ ସ୍ବତନ୍ତ୍ର ଲାଇନ୍ ନଥିବାରୁ ମଧ୍ୟ କିଛି ମହିଳା ଅସନ୍ତୋଷ ପ୍ରକାଶ କରିଥିଲେ ।

{"id":158150}

ଙ୍କୁ ଆଜି ନିରାଶ ହେବାକୁ ପଡିଛି । କାରଣ ରବିବାର କେବଳ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ କାମ ହେଉଛି । ସେପଟେ ମହିଳା ମାନଙ୍କ ପାଇଁ କଟକ ଆରଟିଓ ଅଫିସ୍ ରେ ସ୍ବତନ୍ତ୍ର ଲାଇନ୍ ନଥିବାରୁ ମଧ୍ୟ କିଛି ମହିଳା ଅସନ୍ତୋଷ ପ୍ରକାଶ କରିଥିଲେ ।

{"id":158153}

ଯେହେତୁ ଡ୍ରାଇଭିଂ ଲାଇସେନ୍ସ ଅଧିକାଂଶଙ୍କ ପାଖରେ ନାହିଁ, ତେଣୁ ଛୁଟି ଦିନ ଗୁଡିକରେ କେବଳ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ କାମକୁ ଗୁରୁତ୍ବ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି ବୋଲି ଆର୍‌ଟିଓ ଅଫିସ୍ ର ଅଧିକାରୀ କହିଛନ୍ତି । ଗାଡି ସମ୍ବନ୍ଧୀୟ ଅନ୍ୟାନ୍ୟ କାଗଜପତ୍ର କାମ ଅନ୍ୟ ଦିନ ଗୁଡିକରେ ଲୋକେ କରିପାରିବେ ଓ ଏଥିପାଇଁ ପର୍ଯ୍ୟାପ୍ତ କାଉଣ୍ଟର ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.