ଏବେ ଆରଟିଓ ଅଫିସ୍‌ରେ ନାହିଁ ନଥିବା ଭିଡ, ବାତିଲ ହେଲା ଆର୍‌ଟିଓ ଅଫିସ୍‌ର ଛୁଟି, ହାଇମାଷ୍ଟ ଲାଇଟ ଲଗାଇ କାମ କରିବେ

Published By : Prameya-News7 Bureau | September 11, 2019 IST

ଭୁବନେଶ୍ୱର ୧୧।୯- ଭୁବନେଶ୍ୱର ଆରଟିଓ ଅଫିସରେ ଏବେ ନାହିଁ ନ ବା ଭିଡ଼ । ସରଜମିନ ତଦନ୍ତ କରି ସମସ୍ୟା ପରଖିଛନ୍ତି ପରିବହନ ସଚିବ । ଛୁଟି ବାତିଲ ପରେ ଏଣକି ଓଭରଟାଇମ ଡ୍ୟୁଟି ଓ ସଂଧ୍ୟାରେ ହାଇମାଷ୍ଡ ଲାଇଟ ଲଗାଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆରଟିଓ ଅଫିସରେ ଅସମ୍ଭାଳ ସ୍ଥିତି । ନୂଆ ମୋରଟଯାନ ଆଇନ ପରେ କାଗଜପତ୍ର କରିବାକୁ ନାହିଁ ନ ଥିବା ଭିଡ଼ । ଭୁବନେଶ୍ୱର ଆରଟିଓ-୧ କାର୍ଯ୍ୟାଳୟରେ କାଉଣ୍ଟର ସଂଖ୍ୟା ୩ରୁ ବଢି ୭ ହେଲା, ତଥାପି ଅଣ୍ଟୁନି । ଖୋଦ୍ ପରିବହନ ସଚିବ ଆଜି ଏଠାରେ ପହଞ୍ଚି ଏହି ସମସ୍ୟାକୁ ଦେଖିଚନ୍ତି । ସ୍ଥିତି ସୁଧାରିବା ନେଇ ଆରଟିଓଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଆରଟିଓ ଅଫିସ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ ଏବେ ଓଭର ଟାଇମ୍ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇମାଷ୍ଟ ଲାଇଟ ଲଗାଇ ସଂଧ୍ୟାରେ ଲୋକଙ୍କ କାଗଜପତ୍ର ପ୍ରସ୍ତୁତି କାମ କରିବାକୁ ପରିବହନ ସଚିବ ଜି. ଶ୍ରୀନିବାସ କହିଛନ୍ତି ।
ଭୁବନେଶ୍ୱରର ୨ଟି ଯାକ ଆରଟିଓ କାର୍ଯ୍ୟାଳୟରେ ଏବେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭିଡ଼ । ସାଧାରଣ ଦିନଠାରୁ ଏବେ ୧୦ରୁ ୧୫ ଗୁଣା ଅଧିକ ଲୋକେ ଆସୁଛନ୍ତି । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି । ଦୀର୍ଘ ଦିନ ଧରି ଆଇନ ଫାଙ୍କି କାଗଜ ପତ୍ର କରୁ ନ ଥିଲେ, କିନ୍ତୁ ଏବେ ମୋଟା ତଣ୍ଡ ମାଡ଼ରେ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମୁହାଁ । ଏତେ ସଂଖ୍ୟାକ ଲୋକଙ୍କ କାଗଜପତ୍ର ଲାଗି ଆରଟିଓ ଅଫିସରେ ନା ଅଛନ୍ତି ପର୍ଯ୍ୟାପ୍ତ କର୍ମଚାରୀ ନା ରହିଛି ପର୍ଯ୍ୟାପ୍ତ ସ୍ଥାନ । ଲୋକେ ଜାତୀୟ ରାଜପଥ ଉପରେ ଗାଡ଼ି ଥୋଉଛନ୍ତି, ଭିଡ଼ାଭିଡ଼ିରେ ଧାଡ଼ିରେ ଛିଡ଼ା ହେଉଛନ୍ତି । ଆଉ ସବୁ ଭିତରେ ଦଲାଲ ବି ବେଶ୍ ସକ୍ରିୟ ହୋଇଛନ୍ତି ।
ଫାଇନ ଆଦାୟରେ ୩ ମାସ କୋହଳ ହୋଇଛି । ଆଗକୁ ଜରିମାନା ରାଶିରେ ବି ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଗତକାଲି ଗୁଜରାଟ ସରକାର ଏଦିଗରେ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ବି ଏଦିଗରେ ଶୀଘ୍ର ନିଷ୍ପତ୍ତି ହେବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.