ଏଣିକି ଲାଞ୍ଚୁଆ ଆରଟିଓ କର୍ମଚାରୀଙ୍କୁ ଧରାଇବେ ଦଲାଲ

Published By : Prameya-News7 Bureau | September 28, 2019 IST

ଭୁବନେଶ୍ବର ୨୮।୯: ଲାଞ୍ଚୁଆ କର୍ମଚାରୀଙ୍କୁ ଧରାଇବେ ଦଲାଲ । ଆରଟିଓ ଅଫିସରେ କାମ କରୁଥିବା ଅଫିସର ହେଉ କି କର୍ମଚାରୀ କାହାକୁ ଏଥର ନିସ୍ତାର ନାହିଁ । ଯେଉଁ ଦଲାଲ ଧରାପଡ଼ିବେ ସେ କହିବେ କେଉଁ କର୍ମଚାରୀ ଏବଂ କେଉଁ ଅଫିସର ତାଙ୍କ ଲାଞ୍ଚରେ ସାମିଲ । ଏଭଳି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମୁଖ୍ୟମନ୍ତ୍ରୀଙ୍କ ଦଲାଲ ଦମନ ଘୋଷଣା ପରେ ରାଜ୍ୟ ସାରା ବିଭିନ୍ନ ଆରଟିଓରେ ଚାଲିଛି ଦଲାଲ ଧରପଗଡ଼ । ସେହିପରି ଅନେକ ଦିନ ହେବ ପରିବହନ ବିଭାଗର ବଦଳି ହୋଇନି । ଅକ୍ଟୋବର ସୁଦ୍ଧା ବଦଳି ହେବ । ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ । ଅନ୍ୟ ରାଜ୍ୟ କମାଉଥିବା ଜରିମାନା ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି । ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାକରି ଜରିମନା କୋହଳ କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.