RTO-1 ପରେ ଏବେ RTO-2 ବନ୍ଦ, ସଂକ୍ରମଣ ଆଶଙ୍କାରେ ସୋମବାର ପର୍ଯ୍ୟନ୍ତ ବନ୍ଦ

Published By : Prameya-News7 Bureau | July 08, 2020 IST

ଭୁବନେଶ୍ୱର ୦୮।୦୭: ଭୁବନେଶ୍ବର RTO-1 ପରେ ଏବେ RTO-2 ବନ୍ଦ ହୋଇଛି  । କରୋନା ସଂକ୍ରମଣ ଆଶଙ୍କାରେ RTO-2କୁ ବନ୍ଦ କରି ଦିଆଯାଇଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ RTO-2 ।

ସୂଚନାଯୋଗ୍ୟ ଯେ, RTOର ଜଣେ ସହଯୋଗୀ କରୋନା ଆକ୍ରାନ୍ତ ହୋଇଥିବାରୁ ସଂକ୍ରମଣ ଆଶଙ୍କାରେ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସଂକ୍ରମଣ ଆଶଙ୍କାରେ RTO-2 କର୍ତ୍ତୃପକ୍ଷ ବନ୍ଦ କରିଥିବା ଜଣାପଡ଼ିଛି । ଗତକାଲି ଭୁବନେଶ୍ବର ଆଚାର୍ଯ୍ୟ ବିହାରରେ ଥିବା ଆରଟିଓ -୧ରେ ୪ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଫିସକୁ ସିଲ୍ କରିଛି ବିଏମସି । ଆଜି ଆରଟିଓ ୱାନକୁ ସାନିଟାଇଜ କରାଯାଉଛି । ଏଥିସହ ଅଫିସର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.