Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

RTIରୁ ଖୁଲାସା: କେଉଁ ସବୁ ସରକାରୀ କମ୍ପାନୀ ହେବ ଘରୋକରଣ, ଦେଖନ୍ତୁ ୨୬ କମ୍ପାନୀର ତାଲିକା !

6/09/2020 at 6:09 PM

ନୂଆଦିଲ୍ଲୀ ୦୬।୦୯: ନିର୍ମଳା ସୀତାରମଣ ଜୁଲାଇ ୨୭ରେ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଥିଲେ ଏବଂ କହିଥିଲେ ସରକାର ପ୍ରାୟ ୨୩ ସାର୍ବଜନୀନ ସେକ୍ଟରକୁ ଘରୋଇକରଣ କରିବାକୁ ପ୍ରସ୍ତୁତ। ଏହାକୁ ପୂର୍ବରୁ କ୍ୟାବିନେଟ୍‌ରୁ ମଞ୍ଜୁରୀ ମିଳି ସାରିଥିବା ନିର୍ମଳା କହିଥିଲେ। ମାତ୍ର ସେ ଏହା କହିନଥିଲେ ଯେ କେଉଁ ପବ୍ଲିକ ସେକ୍ଟର କମ୍ପାନୀର ଘରୋଇକରଣ କରିବାକୁ ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଏକ ଆରଟିଆଇ ଦାଖଲ କରାଯାଇଥିଲା। ଏଥିରେ ସେହି କମ୍ପାନୀର ନାମ ଏବଂ ଘରୋଇ କରଣ ପାଇଁ ସେୟାରିଂ ମୋଡେଲ୍‌ ବିଷୟରେ ପଚରା ଯାଇଥିଲା।

ଯେଉଁ ୨୩ କମ୍ପାନୀର ଘରୋଇକରଣ ପାଇଁ ପ୍ରସ୍ତୁତି ଚାଲିଛି, ସୂଚନା ଅଧିକାର ଆଇନ୍‌ରୁ କମ୍ପାନୀର ନାମ ଜଣା ପଡିଛି। ବରଂ ଏଥିରୁ ଆହୁରି କମ୍ପାନୀର ନାମ ମଧ୍ୟ ସାମ୍ନାକୁ ଆସିଛି।

କମ୍ପାନୀର ନାମ

1. Project & Development India Limited (PDIL)

2. Engineering Projects India Limited (EPIL)

3. Pawan Hans Limited (PHL)

4. B&R Company Limited (B&R)

5. Air India

6. Central Electronics Limited(CEL)

7. Cement Corporation India Limited CCIL (Nayagaon unit)

8. Indian Medicine & Pharmaceuticals Corporation Ltd. (IMPCL)

9. Salem Steel Plant, Bhadrawati Steel Plant, Durgapur Steel plant

10.Ferro Scrap Nigam Ltd. (FSNL)

11.Nagarnar Steel Plant of NDMC

12.Bharat Earth Movers Limited (BEML)

13.HLL Lifecare

14.Bharat Petroleum Corporation Ltd. (BPCL)

15.Shipping Corporation of India Ltd. (SCI)

16.Container Corporation of India Ltd (CONCOR)

17.Nilachal Ispat Nigam Limited (NINL).

18.Hindustan Prefab Limited (HPL)

19.Bharat Pumps and Compressors Ltd (BCPL)

20.Scooters India Ltd (SIL)

21.Hindustan Newsprint Ltd (HNL)

22.Karnataka Antibiotics & Pharmaceuticals Ltd (KAPL)

23.Bengal Chemicals and Pharmaceuticals Ltd. (BCPL)

24.Hindustan Antibiotics Ltd. (HAL)

25.Indian Tourism Development Corporation (ITDC)

26.Hindustan Fluorocarbon Ltd (HFL)

ଆରଟିଆଇରେ ଏହା ବ୍ୟତୀତ ଆଉ ଦୁଇଟି ପ୍ରଶ୍ନ କରାଯାଇଥିଲା। ଗୋଟିଏ ହେଲା ସରକାର କେତେ ପ୍ରତିଶତ ସେୟାର ବିକି ଘରୋଇକରଣ କରିବାକୁ ଚାହୁଁଛନ୍ତି ଏବଂ ଦ୍ଵିତୀୟ କଣ ୟୁକୋ ବ୍ୟାଙ୍କ ଏହି ତାଲିକାରେ ସାମିଲ। ଆରଟିଆଇରେ କୁହାଯାଇଛି କେତେ ସେୟାର ବିକ୍ରି ହେବ ଏହା ବଜାରର ମୂଲ୍ୟ ହିସାବରେ ନିର୍ଦ୍ଧାରିତ ହେବ ଏବଂ ୟୁକୋ ବ୍ୟାଙ୍କ ବିଷୟରେ କୌଣସି ସୂଚନା ନଥିବା ଆରଟିଆଇରେ କୁହାଯାଇଛି।

   Related Posts