ଏହିସବୁ ଦେଶଙ୍କୁ ଅଧାରୁ ବି କମ ମୂଲ୍ୟରେ ପେଟ୍ରୋଲ-ଡିଜେଲ ବିକୁଛି ଭାରତ, ନିଜ ବେଳକୁ ୨ଗୁଣାରୁ ବି ଅଧିକ !

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦।୧୦: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏବେ ଦିନକୁ ଦୁଇଗୁଣା ରାତିକୁ ୪ଗୁଣା ହେବାରେ ଲାଗିଛି। ଲିଟର ପିଛା ଦର ୧୦୦ ଟଙ୍କା ସେପଟକୁ ଚାଲିଗଲାଣି, ହେଲେ ମୂଲ୍ୟବୃଦ୍ଧି ଥମିବାର ନାଁ ନେଉନି।  ଭାରତ ଜୈବ ଇନ୍ଧନ ଆବଶ୍ୟକତାର ୯୦ ପ୍ରତିଶତରୁ ବି   ଅଧିକ ବିଦେଶରୁ ଆମଦାନୀ କରୁଥିବାର କହି ଆସୁଛି। ଏଣୁ ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧିର ତର୍କ ରଖା ଯାଉଛି। ହେଲେ ଭାରତ ଆମଦାନୀ କରୁଥିବା ଅଶୋଧିତ ତୈଳ (କ୍ରୁଡ) ସୋଧନ ପରେ ବିଦେଶ ରପ୍ତାନୀ ନେଇ ଏପର୍ଯ୍ୟନ୍ତ କେଉଁଠି ବି ଚର୍ଚ୍ଚା ହୋଇନି।  

{"id":535942,"width":838,"height":483,"sizeSlug":"full","linkDestination":"none"}

ଭାରତ କେବଳ ଅଶୋଧିତ ତୈଳ ଆମଦାନୀ କରେନି ଏହାକୁ ସୋଧନ ପରେ ପେଟ୍ରୋଲ, ଡିଜେଲ ଓ ଅନ୍ୟ ରୂପରେ ଆମେରିକା, ଇଂଲଣ୍ଡ ଓ ଚୀନ୍‌ ସମେତ ଅନେକ ଦେଶଙ୍କୁ ରପ୍ତାନୀ ମଧ୍ୟ କରେ। ତେବେ ଭାରତର ଇନ୍ଧନ ରପ୍ତାନୀ ଦର ନେଇ ‘ଟିଭିନାଇନ୍ ଭାରତବର୍ଷ’  ପ୍ରଥମ ଥର ରିପୋର୍ଟ  ପ୍ରକାଶିତ କରିଛି। ସୂଚନା ଅଧିକାର ଆଇନ(ଆରଟିଆଇ) ରିପୋର୍ଟ ଆଧାରରେ ଟିଭିନାଇନ୍ ଭାରତବର୍ଷ କରିଥିବା ରିପୋର୍ଟରେ ଭାରତରେ ପେଟ୍ରୋଲ ଓ ଡିଜେଲ ଯେଉଁ ଦରରେ ବିକ୍ରି ହେଉଛି ତାର ଅଧାରୁ ବି କମ୍‌ ମୂଲ୍ୟରେ ବିଦେଶ ରପ୍ତାନୀ ହେଉଛି। 

{"id":535944,"width":841,"height":631,"sizeSlug":"full","linkDestination":"none"}

୨୦୧୮ ମସିହାରେ ଭାରତର ପେଟ୍ରେଲ ଓ ଡିଜେଲ ରପ୍ତାନୀ ସମ୍ପର୍କରେ ମଗା ଯାଇଥିବା ଆରଟିଆଇ ସୂଚନା ପ୍ରସଙ୍ଗରେ ଭାରତ ସରକାରଙ୍କ  ମାଙ୍ଗଲୋର ରିଫାଇନାରୀ ଏଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡ ଯେଉଁ ତଥ୍ୟ ଦେଇଥିଲେ ସେହି ବର୍ଷ ଦେଶରେ ପେଟ୍ରୋଲ ଓ ଡିଜେଲ ଯେଉଁ ଦରରେ ବିକ୍ରି ହେଉଥିଲା ତାର ପାଖାପାଖି ଅଧା ମୂଲ୍ୟରେ ମାଲେସିଆ, ହଙ୍ଗକଙ୍ଗ, ମରିସସ୍, ସିଙ୍ଗାପୁର ଓ ୟୁଏଇ ସମେତ ବିଭିନ୍ନ ଦେଶକୁ ରପ୍ତାନୀ ହୋଇଥିବା ଜଣାପଡିଛି।

{"id":535946,"width":839,"height":480,"sizeSlug":"full","linkDestination":"none"}

ଏହି ତଥ୍ୟରେ ୧ ଜାନୁୟାରୀ ୨୦୧୮ରୁ ୩୦ ଜୁନ ୨୦୧୮ ପର୍ଯ୍ୟନ୍ତ ରପ୍ତାନୀର ରିପୋର୍ଟ ଥିଲା। ୨୯ ଜୁନ ୨୦୧୮ରେ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ୬୭ ଟଙ୍କା ୩୮ ପଇସା ଓ ମୁମ୍ବାଇ ୭୧ଟଙ୍କା ୪୯ ପଇସା ଦରରେ ବିକ୍ରି ହେଉଥିବା ବେଳେ ୧୫ ଦେଶଙ୍କୁ ଭାରତ ପେଟ୍ରୋଲ ଲିଟର ପିଛ ୩୪ ଟଙ୍କା ଓ ୨୯ ଦେଶଙ୍କୁ ଡିଜେଲ ଲିଟର ପିଛା ୩୭ ଟଙ୍କା ଦରରେ ରପ୍ତାନୀ କରିଥିବା ଜଣାପଡିଛି। ତେବେ ଭାରତରେ  ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶୁଳ୍କ ଏବେ ୧୦୦ ପ୍ରତିଶତକୁ ବି ପାର ହୋଇଗଲାଣି। ଫଳରେ ମୂଳ ଉତ୍ପାଦନ ଦରରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପାଖାପାଖି ଅଢେଇ ଗୁଣାରୁ ବି ଅଧିକ ଦରରେ ପହଞ୍ଚିଯାଇଛି। ଫଳରେ ପେଟ୍ରୋଲ ଓ ଡିଜେଲ ଉତ୍ପାଦର ମୂଲ୍ୟ ଉଚ୍ଚ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.