ଆରଟିଆଇ ଅଧିନକୁ ଆସିଲା ଘରୋଇ ସ୍କୁଲ, ଏବେ ଦେବାକୁ ପଡିବ ତଥ୍ୟ

Published By : Prameya-News7 Bureau | July 15, 2021 IST

ଲକ୍ଷ୍ନୌ, ୧୫/୦୭: ଆରଟିଆଇ ଅଧିନରେ ଆସିବ ବେସରକାରୀ ସ୍କୁଲ । ଉତ୍ତର ପ୍ରଦେଶର ସମସ୍ତ ଘରୋଇ ବା ବେସରକାରୀ ସ୍କୁଲ ଏବେ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରରେ ରହିବେ। ନିଜର ସମସ୍ତ ତଥ୍ୟ ବିଦ୍ୟାଳୟ ଗୁଡିକ ସୂଚନା ଅଧିକାର ଆଇନରେ ପ୍ରଦାନ କରିବେ ।  ଏନେଇ ରାଜ୍ୟ ସୂଚନା କମିଶନ୍(ଏସଆଇସି) ଏହି ନିର୍ଦେଶ ଦେଇଛନ୍ତି। ରାଜ୍ୟ ସୂଚନା କମିଶନ ପ୍ରମୋଦ କୁମାର ତିଓ୍ବାରି ଘରୋଇ ସ୍କୁଲକୁ ଜନ ସୂଚନା ଅଧିକାରୀ ନିଯୁକ୍ତ କରନ୍ତୁ ବୋଲି କହିଛନ୍ତି ।

ରାଜ୍ୟର ଏହି ଘରୋଇ ସ୍କୁଲକୁ ସୂଚନା ଅଧିକାର ପରିସରରେ ଆସିବାର ଅର୍ଥ ହେବ କୌଣସି ବ୍ୟକ୍ତି ସ୍କୁଲ ଫି’, ସଞ୍ଚାଳନରେ ଖର୍ଚ୍ଚ, ବିଦ୍ୟାଳୟରେ ଖର୍ଚ୍ଚ ସମ୍ପର୍କିତ ସୂଚନା ସ୍କୁଲର ସୂଚନା ଅଧିକାରୀ ଅନୁସାରେ ପାଇପାରି​‌ବେ। ସ୍କୁଲର ଏହି ସୂଚନା ବାଧ୍ୟତାମୂଳକ ସୂଚନା ଉପଲବ୍ଧ କରିବାକୁ ପଡିବ। ରାଜ୍ୟରେ ଘରୋଇ ସ୍କୁଲ ସୂଚନା ଅଧିକାରର ଆଇନ ପରିସରରେ ଅଣାଯିବ।। ଏ ବିଷୟରେ ଦୀର୍ଘ ସମୟ ଧରି ଦାବି ଚାଲିଥିଲା । ଯାହାର ଯବନିକା ପଡିଛି ।

ଉଲ୍ଲେଖନୀୟ ଯେ, ସଞ୍ଜୟ ଶର୍ମା ନାମକ ବ୍ୟକ୍ତି ଲକ୍ଷ୍ନୌର ଦୁଇଟି ନାମୀ ସ୍କୁଲ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଏହାପରେ ରାଜ୍ୟ ସୂଚନା ଅଧିକାର ଆଇନ ୨୦୦୫ ଅନୁସାରେ ଲୋକଙ୍କୁ ସୂଚନା ମିଳିପାରିବ। ଏହା ପୂର୍ବରୁ ଘରୋଇ ସ୍କୁଲର ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଫଣ୍ଡ ମିଳୁ ନାହିଁ କହି ଆରଟିଆଇରେ ତଥ୍ୟ ପ୍ରଦାନ କରୁନଥିଲେ । ଏବେ କିନ୍ତୁ ସେମାନଙ୍କୁ ତଥ୍ୟ ପ୍ରଦାନ କରିବାକୁ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.