ଆଜିଠୁ ଆରମ୍ଭ ହେଲା ୨୪ ଘଣ୍ଟିଆ ଆରଟିଜିଏସ୍ ସେବା, ଗ୍ରାହକଙ୍କ ପାଇଁ ଟଙ୍କା ପଠାଇବା ହେବ ସହଜ
14/12/2020 at 7:55 AM

ମୁମ୍ବାଇ,୧୪/୧୨: ଏବେ ନାଗରିକଙ୍କୁ ସପ୍ତାହର ସବୁ ଦିନ ୨୪ ଘଣ୍ଟିଆ ରିଅଲ ଟାଇମ୍ ଗ୍ରସ୍ ସେଟେଲ୍ମେଣ୍ଟ(ଆର୍ଟିଜିଏସ୍) ଜରିଆରେ ଫଣ୍ଡ ଟ୍ରାନ୍ସଫର ସୁବିଧା ମିଳିବ। ସୋମବାର ଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଏଥିପାଇଁ ସେ ଆର୍ବିଆଇ ଟିମ୍, ଆଇଏଫ୍ଟିଏଏସ୍ ଏବଂ ସର୍ଭିସ୍ ପାର୍ଟନରମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ଏନେଇ ଡିସେମ୍ବର ୪ରେ ଅନୁଷ୍ଠିତ ହୋଇଥିବା ମୁଦ୍ରାନୀତି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ସୁବିଝା ଜରିଆରେ ଟଙ୍କା ସ୍ଥାନାନ୍ତର କରିବା ଗ୍ରାହକଙ୍କ ପାଇଁ ସହଜ ହେବ । ୨ ଲକ୍ଷ ଟଙ୍କାରୁ ଅଧିକ ପାଣ୍ଠି ସ୍ଥାନାନ୍ତର କରିବା ପାଇଁ ଆର୍ଟିଜିଏସ୍ର ବ୍ୟବହାର କରାଯାଇଥାଏ। ଏହାଠାରୁ କମ୍ ଟଙ୍କା ସ୍ଥାନାନ୍ତର ପାଇଁ ନ୍ୟାସ୍ନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ୍ ଟ୍ରାନ୍ସଫର(ଏନ୍ଇଏଫ୍ଟି)ର ବ୍ୟବହାର ହୋଇଥାଏ । ଏନ୍ଇଏଫ୍ଟି ବ୍ୟତୀତ ଆଇଏମ୍ପିଏସ୍ ସୁବିଧା ଉପଲବ୍ଧ ରହିଛି ।