ଈଶ୍ଵରଙ୍କୁ ଦୁଷ୍କର୍ମକାରୀ କହି କ୍ଷମା ମାଗିଲା ଆୟର୍ଲାଣ୍ଡ ସରକାରୀ ଟିଭି, ଏକ ବ୍ୟଙ୍ଗ କାର୍ଯ୍ୟକ୍ରମରେ ରହିଥିଲା ବିବାଦୀୟ କ୍ଲିପ୍
4/01/2021 at 5:06 PM

ନୂଆଦିଲ୍ଲୀ ୦୪।୦୧: ଏକ ବିବାଦୀୟ କମେଡି ସ୍କେଚ୍ ପ୍ରସାରଣ ପାଇଁ ଆୟର୍ଲାଣ୍ଡ ରାଜ୍ୟ ପ୍ରସାରଣକାରୀ କ୍ଷମା ମାଗିଛନ୍ତି। ଉକ୍ତ ସ୍କେଚ୍ରେ ଈଶ୍ଵଙ୍କୁ ଦୁଷ୍କର୍ମକାରୀ ଭାବେ ଚିତ୍ରଣ କରାଯାଇଥିଲା। ଏହାକୁ ନେଇ କଡା ସମାଲୋଚନା ହେବା ପରେ ପ୍ରସାରଣକାରୀ ଏହି ଭୁଲ୍ ପାଇଁ କ୍ଷମା ମାଗିଛନ୍ତି।
ଚ୍ୟାନେଲ୍ରେ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ ନୂଆଁ ବର୍ଷର ଆଗମନ ପାଇଁ ଏକ ଓଲଟା ଗଣତି ବ୍ୟଙ୍ଗାତ୍ମକ ଶୋର ପ୍ରସାରଣ ହୋଇଥିଲା। ଏଥିରେ ଈଶ୍ଵର ଜଣେ ଖ୍ରୀଷ୍ଟିୟାନର ମହିଳାଙ୍କୁ ଯୌନ ଶୋଷଣ କରିଥିବା କୁହାଯାଇଥିଲା।
ଉପସ୍ଥାପକଙ୍କ ଅନୁଯାୟୀ ୫ ବିଲିୟନ ବର୍ଷୀୟ ଜଣେ ମହିଳା ତାଙ୍କ ଇଚ୍ଛା ବିରୋଧରେ ମଧ୍ୟ ପୂର୍ବ ପ୍ରବାସୀ ତାଙ୍କୁ ବଳପୂର୍ବକ ଯୌନ ଶୋଷଣ କରିବାର ଅଭିଯୋଗ ଆଣିଥିଲେ। ଏହି ମାମଲାରେ ମଧ୍ୟ ପୂର୍ବ ପ୍ରବାସୀ ୨୪ ମାସ ବାସନ୍ଦ ହେବା ସହ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିଥିଲେ। ଏହି ସ୍କେଚ୍ ଭଗବାନ ମଦର ମ୍ୟାରିଙ୍କ ମଧ୍ୟରେ ଯୌନ ସଂପର୍କ ଉପରେ ରେଖାଙ୍କିତ କରିଥିଲା।
1. I am shocked that producer/editor of ‘NYE Countdown Show’ @RTE @RTEOne didn’t realise how deeply offensive was a mocking ‘news report’ accusing God of rape & reporting his imprisonment. This outrageous clip should be removed immediately & denounced by all people of goodwill.
— Eamon Martin (@ArchbishopEamon) January 1, 2021
ଏହି ଖବର ଆଧାରରେ ଫିଲ୍ମ ନିର୍ମାତା ହାର୍ଭେ ଓ୍ଵିନଷ୍ଟାଇନ ଏହାର ଟ୍ରାଏଲ କରିବାକୁ ଆୟରଲାଣ୍ଡ ସରକାରଙ୍କୁ ଅନୁରୋଧ କରିଛନ୍ତି। ଓ୍ଵାଟରଫର୍ଡ ହ୍ଵିସପର ନ୍ୟୁଜ୍- ଏକ ବ୍ୟଙ୍ଗ ସମାଚାର ଓ୍ଵେବସାଇଟ୍ ଦ୍ଵାରା କାର୍ଟୁନ ଖବରର ପ୍ରସାରଣ କରିଥିଲା। ଏହି ଭିଡିଓର କ୍ଲିପ୍ ୨୩ ସେକେଣ୍ଡର ରହିଛି। ଏହାର ପ୍ରସାରଣ ପରେ ଆରଟିଇରେ ହଜାର ହଜାର ସଂଖ୍ୟକ ଅଭିଯୋଗ ଆସିଛି। ଏହାକୁ ଆୟର୍ଲାଣ୍ଡର କ୍ୟାଥୋଲିକ୍ ପ୍ରାଇମେଟ୍ ଆର୍କିବିସପ୍ ଏମନ ମାର୍ଟନ ମଧ୍ୟ ନିନ୍ଦା କରିଛନ୍ତି।
ମାର୍ଟିନ ଟ୍ଵିଟ୍ କରି ଏହାର ନିନ୍ଦା କରିଛନ୍ତି। ଏହି ଅପମାନଜନକ କ୍ଲିପ୍ ତୁରନ୍ତ ହଟାଇ ଦେବାକୁ ସେ ଦାବି କରିଛନ୍ତି। ଏହାକୁ ସମସ୍ତ ବର୍ଗର ଲୋକ ନିନ୍ଦା କରିବା ଉଚିତ୍ ବୋଲି କହିଛନ୍ତି।
ଏହାର ପ୍ରସାରଣକର୍ତ୍ତା ଗୁରୁତର ଅପରାଧ କରିଛନ୍ତି। କ୍ରିସମସ ସମୟରେ ଈଶ୍ଵର ଏବଂ ଆମର ମଦର ମ୍ୟାରିଙ୍କ ବିଷୟରେ ଏମିତି ଅରୁଚିକର ଏବଂ ଆପତ୍ତିଜନକ, ଅପମାନଜନକ ପ୍ରସାରଣ କରିବା ସମସ୍ତ କ୍ୟାଥୋଲିକ ଏବଂ ଖ୍ରୀଷ୍ଟିୟାନଙ୍କ ପାଇଁ ଅପମାନଜନକ ବିଷୟ।
ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଆରଟିଇ କ୍ଷମା ପ୍ରାର୍ଥନା କରିଛି ଏବଂ କହିଛି, ନିୟମ ଅନୁସାରେ ସେ ଏହାର ଉତ୍ତର ରଖିବ। କିନ୍ତୁ ଚ୍ୟାନେଲ ଏହି ସ୍କେଚ୍ ହଟାଇବା ନେଇ କୌଣସି ପ୍ରତିଶ୍ରୁତି ଦେଇ ନାହିଁ।
ଆରଟିଇ ସ୍ଵୀକାର କରିଛି ଯେ, ଏମିତି ମାମଲାରେ ସ୍ଵାଭାବିକ ଭାବେ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ମତ ହୋଇପାରେ। ବିଶେଷ କରି ହାସ୍ୟ ଏବଂ ବ୍ୟଙ୍ଗ ଉପରେ। ମିଳିଥିବା ପ୍ରତିକ୍ରିୟା ଏବଂ ଅଭିଯୋଗ ସମୀକ୍ଷା କରିବା ପରେ ଆରଟିଇ ସେହି ଲୋକଙ୍କୁ କ୍ଷମା ମାଗିଛି ଯେଉଁମାନେ ଏହି କ୍ଲିପ୍ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।