ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ, ରାପିଡ୍‌ ଆଣ୍ଟିଜେନ୍ ଟେଷ୍ଟରେ ନେଗେଟିଭ୍ ଚିହ୍ନଟ ବ୍ୟକ୍ତିଙ୍କର ହେବ ପୁନଃ ଯାଞ୍ଚ

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦/୦୯: କରୋନା ଲକ୍ଷ୍ୟଣ ଥିବା ବ୍ୟକ୍ତିଙ୍କ ରାପିଡ୍‌ ଆଣ୍ଟିଜେନ୍ ଟେଷ୍ଟ(ଆରଏଟି)ରେ ଯଦି ନେଗେଟିଭ୍ ରିପୋର୍ଟ ଆସିଥିବ ତେବେ ସେମାନଙ୍କୁ ଆଉଥରେ କୋଭିଡ୍‌ ଟେଷ୍ଟ କରିବାକୁ ପଡ଼ିବ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି । ଆରଏଟି ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଆସିଥିବା ବ୍ୟକ୍ତିଙ୍କର ଆରଟି-ପିସିଆର ଯାଞ୍ଚ କରାଯିବ ।

ଏହାସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜିଲ୍ଳା ସ୍ତରୀୟ ଟିମ୍ ଗଠନ କରାଯିବ। ଏହି ଟିମ୍ ଆରଏଟି ଟେଷ୍ଟରେ ନେଗେଟିଭ୍‌ ରିପୋର୍ଟ ମିଳିଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିବ । ଟେଷ୍ଟ ପୂର୍ବରୁ ବା ପରେ ଯେଉଁ ବ୍ୟକ୍ତିଙ୍କ କରୋନା ଲକ୍ଷ୍ୟଣ ପ୍ରକାଶ ପାଇବ ସୋମନଙ୍କୁ ତୁରନ୍ତ ଆଇସୋଲେସନ୍‌ରେ ରଖାଯିବ । ପରେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ।

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର୍‌) ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ଯେଉଁ ବ୍ୟକ୍ତିଙ୍କର କରୋନା ଲକ୍ଷଣ ଥିବ କିନ୍ତୁ ଆରଏଟି ଟେଷ୍ଟରେ ନେଗେଟିଭ୍ ଚିହ୍ନଟ ହୋଇଥିବେ କିମ୍ବା ଟେଷ୍ଟର ୨-୩ ଦିନ ପରେ ଲକ୍ଷଣ ପ୍ରକାଶ ପାଇବ ସେମାନଙ୍କର ଆରଟି-ପିସିଆର ଯାଞ୍ଚ କରାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.