ମୁର୍ଶିଦାବାଦରେ ଟ୍ରିପଲ୍ ମର୍ଡ଼ର : ଆରଏସଏସର କର୍ମୀଙ୍କ ସମେତ ଗର୍ଭବତୀ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା

Published By : Prameya-News7 Bureau | October 10, 2019 IST

ମୁର୍ଶିଦାବାଦ ୧୦/୧୦: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଗତକାଲି ଜଣେ ଶିକ୍ଷକ,ତାଙ୍କ ଗର୍ଭବତୀ ପତ୍ନୀ ଏବଂ ତାଙ୍କ ପୁଅଙ୍କୁ କେହି ଦୁର୍ବୃତ୍ତ ନୃଶଂସଭା​‌ବେ ହତ୍ୟା କରିଛନ୍ତି। ପଶ୍ଚିମବଙ୍ଗର ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ସଚିବଙ୍କ ଅନୁସାରେ ସେ ଜଣେ ଆରଏସଏସ କାର୍ଯ୍ୟକର୍ତ୍ତା ଥିଲେ ଏବଂ ନିକଟରେ ସେ ‘ଓ୍ବିକଲି ମିଲନ’ରେ ସାମିଲ ହୋଇଥିଲେ।

{"id":168437}

ଶିକ୍ଷକଙ୍କ ନାଁ ବନ୍ଧୁ ପ୍ରକାଶ ପାଲ୍ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ତାଙ୍କ ପତ୍ନୀ ବିୟୁଟି ସହ ତାଙ୍କର ୬ବର୍ଷର ପୁଅ ଆନନ୍ଦ ପାଲଙ୍କୁ ମଧ୍ୟ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏମାନଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ବିୟୁଟି ପାଲ୍ ଗର୍ଭବତୀ ଥିଲେ।

{"id":168438}

ଘଟଣା ପରେ ପୋଲିସ୍ ମୃତକଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଖପାଖର ଲୋକଙ୍କୁ ପଚରାଉଚୁରା କରିବା ଆରମ୍ଭ କରି ଦେଇଛି। ହତ୍ୟାକାଣ୍ଡ ଦ୍ବିତୀୟ ଦିନ ମଧ୍ୟ ପୋଲିସ୍ ହତ୍ୟାକାରୀଙ୍କୁ ଖୋଜି ପାରିନାହିଁ।

{"id":168440}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.