ଆର୍‌ଏସ୍‌ଏସ୍‌ କର୍ମୀଙ୍କୁ ନିର୍ମମ ହତ୍ୟା, ଧାରୁଆ ଅସ୍ତ୍ରରେ ୫୦ରୁ ଅଧିକ ଥର ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | November 15, 2021 IST

ପଲ୍ଲକଡ଼, ୧୫/୧୧: କେରଳର ପଲ୍ଲକଡ଼ରେ ଜଣେ RSS କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ, କାର୍ମକର୍ତ୍ତା ଜଣକ ସୋମବାର ସକାଳୁ ପାଖାପାଖି ୯ଟା ସମୟରେ ପରିବାର ସହିତ କୌଣସି ଏକ ସ୍ଥାନକୁ ଯାଉଥିଲେ । ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ୨୭ ବର୍ଷୀୟ ସଂଜୀତ ବୋଲି ଜଣାପଡ଼ିଛି ।

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ମୁତାବିକ, RSS କର୍ମୀ ସଂଜୀତ ପତ୍ନୀଙ୍କ ସହିତ କୌଣସି ସ୍ଥାନକୁ ଯାଉଥିଲେ । ବିଜେପି ଜିଲ୍ଲା ଅଧ୍ୟକ୍ଷ କେଏମ୍‌ ହରିଚନ୍ଦନ ଏହି ହତ୍ୟା ପାଇଁ ସୋସିଆଲ୍‌ ଡେମୋକ୍ରାଟିକ ପାର୍ଟି ଅଫ୍‌ ଇଣ୍ଡିଆକୁ ଦାୟୀ କରିଛନ୍ତି । ଯିଏକି ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ ପିଏଫ୍‌ଆଇ ସହିତ ଜଡ଼ିତ ।

wp:html /wp:html

ପୋଲିସ୍‌ ଏନେଇ କହିଛି ଯେ, ସଂଜୀତଙ୍କ ଶରୀରକୁ ୫୦ରୁ ଅଧିକ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା କ୍ଷତରୁ ଜଣାପଡ଼ୁଛି । ହତ୍ୟା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ସହରରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବା ବେଳେ ପୋଲିସ୍‌ ଛାଉଣୀ କରାଯାଇଛି । ପୂର୍ବରୁ ମଧ୍ୟ RSS କର୍ମୀଙ୍କୁ ଟାର୍ଗେଟ୍‌ କରାଯାଇ ହତ୍ୟା କରାଯାଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.