ତେଜିଲା ରାମ ମନ୍ଦିର ନିର୍ମାଣ ଦାବି ; ଆଜିଠୁ ଦିଲ୍ଲୀ ରାମଲୀଲା ମଇଦାନରୁ ଆରଏସଏସର ସଂକଳ୍ପ ରଥଯାତ୍ରା

Published By : Prameya-News7 Bureau | December 01, 2018 IST

ନୂଆଦିଲ୍ଲୀ ୦୧|୧୨: ରାମମନ୍ଦିର ନିର୍ମାଣ ଦାବି ତେଜିଲା । ଦିଲ୍ଲୀ ରାମଲୀଲା ମଇଦାନ ଆଜିଠୁ ଆରଏସଏସ ଆରମ୍ଭ କରୁଛି ସଂକଳ୍ପ ରଥଯାତ୍ରା ।  ୯ ଦିନ ଧରି ଏହା ଚାଲିବ ଏହି ଯାତ୍ରା । ନଭେମ୍ବର ୨୫ରେ ଅଯୋଧ୍ୟାରେ ଧର୍ମସଭା ପରେ ଏହି ସଂକଳ୍ପ ଯାତ୍ରାର ଗୁରୁତ୍ବ ରହିଛି । ରାମମନ୍ଦିର ନିର୍ମାଣ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସଂଘ ପରିବାର ଗୋଟିକ ପରେ ଗୋଟିଏ କାର୍ଯ୍ୟକ୍ରମ କରୁଛି ।  ସଂକଳ୍ପ ରଥଯାତ୍ରା ସମୟରେ ରାମମନ୍ଦିର ନିର୍ମାଣ ପାଇଁ  ଅଧ୍ୟାଦେଶ  ଆଣିବା ଲାଗି ଦାବି ସହ ଆହ୍ବାନ ଦିଆଯିବ । ଡିସେମ୍ବର ୧୧ରେ ଆରମ୍ଭ ହେଉଥିବା ଶୀତକାଳିନ ଅଧିବେଶନରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଦୀଲ୍ଲି ରାଜନୀତି ତେଜିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.