ଇମ୍ରାନଙ୍କୁ ବଧାଇଦେଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କାର୍ଯ୍ୟକର୍ତ୍ତା, ଜାଣନ୍ତୁ କାହିଁକି

Published By : Prameya-News7 Bureau | September 28, 2019 IST

ନୂଆଦିଲ୍ଲୀ : ମିଳିତ ଜାତି ସଂଘର ୭୪ତମ ସାଧାରଣ ଅଧିବେଶନକୁ ଶନିବାର ଭାରତର ପ୍ରଧାନମନ୍ତ୍ରୀଙ୍କ ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମ୍ବୋଧିତ କରିଥିଲେ। ଏଥିରେ ଇମ୍ରାନ ଭାରତ ସମେତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍)କୁ ମଧ୍ୟ ଆକ୍ଷେପ କରିଥିଲେ। ତେବେ ଏଥି ଲାଗି ଆରଏସଏସ କାର୍ଯ୍ୟକର୍ତ୍ତା ଇମ୍ରାନଙ୍କୁ ବଧେଇ ଜଣାଇଛନ୍ତି। ଜାତି ସଂଘ ମଞ୍ଚରୁ ଇମ୍ରାନ ଆରଏସଏସ୍ କୁ ନିଶୁଳ୍କରେ ଯେଉଁ ପ୍ରସିଦ୍ଧି ଦେଇଛନ୍ତି ସେଥିଲାଗି ତାଙ୍କୁଧନ୍ୟବାଦ ଜ୍ଞାପନ କରାଯାଇଛି।

{"id":163748,"width":579,"height":414}

ଭାରତ ଓ ସଂଘ ପୃଥକ ନୁହେଁ ବିଶ୍ୱକୁ ଜଣାଇଦେବାକୁ ଆରଏସଏସ ଦୀର୍ଘ ବର୍ଷରୁ ସଂଘର୍ଷ କରିଆସୁଛି। ତେବେ ମାତ୍ର କିଛି ମିନିଟର ଭାଷଣରେ ଇମ୍ରାନ ଜାତିସଂଘରେ ଆମର ଉଦ୍ଦେଶ୍ୟ ସିଦ୍ଧି କରିବାରେ ସହାୟକ ହୋଇଥିବା ଆରଏସଏସ୍ ସହ ସର ସଂଘ କାର୍ଯ୍ୟବାହ ଡା.କୃଷ୍ଣଗୋପାଲ ଶର୍ମା କହିଛନ୍ତି। ଡା. ଶର୍ମା କହିଛନ୍ତି ଯେ ଆରଏସଏସ୍ ର ଉପସ୍ଥିତି କେବଳ ଭାରତରେ ରହିଛି। ବିଶ୍ୱର ଅନ୍ୟ କୌଣସି ଦେଶରେ ନାହିଁ। ତେବେ ଜାତିସଂଘରେ ଇମ୍ରାନଙ୍କ ବୟାନ ଅନୁସାରେ ଭାରତ ଓ ଆରଏସଏସ୍ କୁ ଏବେ ସମାନ ଅର୍ଥରେ ବୁଝା ଯାଉଛି। ଆମେ ବି ଏହା ଚାହୁଁଥିଲୁ ବିଶ୍ୱ ସଂଘ ଓ ଭାରତକୁ ପୃଥକ ନୁହେଁ ବରଂ ଗୋଟିଏ ଶବ୍ଦରେ ଜାଣୁ। ଆମର ଏହି କାମକୁ ଇମ୍ରାନ ସାହେବ ଜାତିସଂଘ ମଞ୍ଚରେ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରିଥିବା ଡା. ଶର୍ମା କହିଛନ୍ତି ।

{"id":163749,"width":578,"height":385}

ଇମ୍ରାନ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆରଏସଏସର ଆଜୀବନ ସଦସ୍ୟ ବୋଲି କହିଥିଲେ। ୟୁଏନରେ ଇମ୍ରାନ ଆରଏସଏସ ପ୍ରସଙ୍ଗ ଉତ୍ଥାପନ କରି କଂଗ୍ରେସ ସରକାରର ତତ୍କାଳୀନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେ ଏହି ସଙ୍ଗଠନର କ୍ୟାମ୍ପରେ ଆତଙ୍କବାଦର ପ୍ରଶିକ୍ଷଣ ଦିଆଯାଉଥିବା କହିଥିଲେ।ତେବେ ପରେ ସେ ଏହି ମନ୍ତବ୍ୟରୁ ଓହରି ଯାଇଥିଲେ। ହେଲେ ଆତଙ୍କବାଦ ପୀଡିତ ଏକ ଦେଶର ରାଷ୍ଟ୍ରମୁଖ୍ୟ ପ୍ରସଙ୍ଗରେ ଆରଏସଏସର ନାମ ନେବା ଅର୍ଥ ଏହି ସଙ୍ଗଠନ ଆତଙ୍କବାଦକୁ ବିରୋଧ କରୁଥିବା ପ୍ରମାଣିତ କରୁଛି ବୋଲି ଡା. ଶର୍ମା କହିଛନ୍ତି। ଏଣୁ ଏ ଦିଗରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ସହଯୋଗକୁ ସଂଘ ଧନ୍ୟବାଦ ଜଣାଉଥିବା କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.