ଏମିତି ମଣିଷଙ୍କୁ ଶହେ ସଲାମ : ଅନ୍ୟର ଜୀବନ ବଞ୍ଚାଇବାକୁ ଛାଡିଦେଇଥିଲେ ହସ୍ପିଟାଲ୍ ବେଡ୍

Published By : Prameya-News7 Bureau | April 28, 2021 IST

ନାଗପୁର ୨୮/୪ : କରୋନାର ୨ୟ ଲହର ସାରା ଦେଶରେ ସ୍ଥିତି ବିଗାଡିବାରେ ଲାଗିଛି । ହସ୍ପିଟାଲରେ ବେଡ ଅଭାବ ତ ଅକ୍ସିଜେନର ସଂକଟ ଦୈନିକ ସଂଖ୍ୟାକୁ ବଢାଇଦେଇଛି । ତେବେ ନାଗପୁରର ଜଣେ ୮୫ ବର୍ଷୀୟ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ତାଙ୍କର ଜୀବନ ସିନା ଚାଲିଯାଇଛି ହେଲେ ଅନେକଙ୍କ ହୃଦୟରେ ଜୀବିତ ହୋଇ ରହିଯାଇଛନ୍ତି । ଆରଏସଏସ କର୍ମୀ ନାରାୟଣ ଦାଭେଡକର ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ ।

ସୂଚନା ଥାଉକି ନାରାୟଣ ରାଓ ଦାଭେଡକର କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ଏମିତିକି ତାଙ୍କର ଅକ୍ସିଜେନ ଲେଭଲ କମିଯାଇଥିଲା । ଫଳରେ ତାଙ୍କ ଝିଅ ଓ ଜ୍ୱାଇଁ ତାଙ୍କୁ ଇନ୍ଦିରାଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୀର୍ଘ ସମୟରେ ପରେ ତାଙ୍କୁ ହସ୍ପିଟାଲରେ ବେଡ୍ ମିଳିଥିଲା । ତେବେ ଏହାରି ଭିତରେ ଜଣେ ମହିଳା ତାଙ୍କ୪୦ ବର୍ଷର ସ୍ୱାମୀଙ୍କୁ ନେଇ ହସ୍ପିଟାଲ ଆସିଥିଲେ । ମହିଳାଙ୍କ ପାଖରେ ବେଡ୍ ନଥିବାରୁ ସେ କାକୁତି ମିନତୀ ସମସ୍ତଙ୍କ ନେହୁରା ହେଉଥିଲେ। ତେବେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ନାରାୟଣ । ନିଜେ ପଡିଥିବା ବେଡରୁ ଉଠି ମହିଳାଙ୍କ ସ୍ୱାମୀଙ୍କୁ ବେଡ୍ ଦେଇଦେଇଥିଲେ । ଆଉ କହିଥିଲେ ମୁ ମୋ ଜୀବନ ବଞ୍ଚିସାରିଲିଣି । ଏବେ ଅନ୍ୟ କାହାର ଜୀବନ ବଞ୍ଚିଯାଉ । ସେ ଟିକେ ସୁସ୍ଥ ଅନୁଭବ କରିବାରୁ ଘରକୁ ପଲାଇଆସିଥିଲେ । ହେଲେ ୩ଦିନର ସଂଘର୍ଷ ପରେ ସେ ସବୁଦିନ ପାଇଁ ଆଖିବୁଜିଥିଲେ ।

wp:html /wp:html

ଏବେ ସେ ସିନା ନାହାଁନ୍ତି କିନ୍ତୁ ତାଙ୍କର ଏହି ମହନୀୟତା ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ମହାନ ବ୍ୟକ୍ତିଙ୍କ ଏହି କାର୍ଯ୍ୟରେ ପ୍ରଶଂସା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌଦ୍ୱାନ । ଟ୍ୱିଟ୍ କରି ସେ ଏକଥା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.