ଟ୍ବିଟ୍‌ରକୁ ରୋକଠୋକ୍‌ ଶୁଣାଇଲା RSS, କହିଲା- ଭାରତରେ ବି ଇଷ୍ଟ ଇଣ୍ଡିଆ କମ୍ପାନୀର ସାମାନ୍ତବାଦ ନୀତି ଚାଲିନଥିଲା

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୫/୬: ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟ୍‌ରର ମନମାନୀ ବଢ଼ିବାରେ ଲାଗିଛି । ପ୍ରଥମେ ଉପରାଷ୍ଟ୍ରପତି ଭେଙ୍ଗୟା ନଇଡୁ ଏବଂ ପରେ ଆରଏସସ୍‌ ମୁଖ୍ୟ ଏବଂ ଅନ୍ୟମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଏହାକୁ ପ୍ରମାଣିତ କରିଛି ଟ୍ବିଟର। ଟ୍ବିଟ୍‌ରର ମନମାନୀକୁ ନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସଏସ) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଟ୍ବିଟର କାହିଁକି ବ୍ଲୁ ଟିକ୍‌ ହଟାଇଲା ଏହାକୁ ନେଇ ସ୍ପଷ୍ଟ ପ୍ରତିକ୍ରିୟା ଦେବାକୁ ହେବ ବୋଲି ଆରଏସଏସ ନେତା ରାଜୀବ ତୁଳି କହିଛନ୍ତି।

ଏମିତି  ଡିଜିଟାଲ ସାମନ୍ତବାଦ ଚଳିବ ନାହିଁ । ଟ୍ବିଟ୍‌ରର ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସଂଘର ବରିଷ୍ଠ ନେତାମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇବାକୁ ନେଇ ଭିଡିଓ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜୀବ ତୁଳି। ସେପଟେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟକୁ ଅନଭେରିଫାଏଡ୍‌ କରିବା ମାମଲାରେ ସରକାର ଟ୍ବିଟ୍‌ରକୁ ନୂଆ ନିୟମ ପାଳନ କରିବାକୁ ନେଇ ଅନ୍ତିମ ଚେତବନୀ ଦେଇଛନ୍ତି।

ଟ୍ବିଟ୍‌ର ଗୋଟିଏ ଆକାଉଣ୍ଟକୁ ଭେରିଫାଏ କରିବା ପୂର୍ବରୁ ଅନକେ ତଥ୍ୟ ମାଗିଥାଏ। ସମସ୍ତ ପ୍ରକାର ଔପଚାରିକତା ପୂରଣ ହେବା ପରେ ବ୍ଲୁ ଟିକ୍‌ ଲାଗିଥିଲା। ଯେଉଁ ନେତାମାନଙ୍କ ଆକାଉଣ୍ଟ ଅନଭେରିଫାଏଡ୍‌ ହୋଇଥିଲା ସେମାନେ ମଧ୍ୟ ସମସ୍ତ ତଥ୍ୟ ଦେଇଥିଲେ। କିନ୍ତୁ ଏହି ସାମନ୍ତବାଦ ପାଇଁ ଇଷ୍ଟଇଣ୍ଡିଆ କମ୍ପାନୀ ମଧ୍ୟ ଭାରତରେ ଚାଲି ପାରିନଥିଲା ବୋଲି ରାଜୀବ ତୁଳି କହିଛନ୍ତି।

ନାଇଜେରିଆ ଉଦାହରଣ ଦେଇ ସଂଘର ନେତା କହିଛନ୍ତି, ସେଠାକର ରାଷ୍ଟ୍ରପତିଙ୍କ ଆକାଉଣ୍ଟ ଟ୍ବିଟ୍‌ର ସସପେଣ୍ଡ କରିବା ପ​‌ରେ ନାଇଜେରିଆ ସରକାର ଟ୍ବିଟରକୁ ହିଁ ଦେଶରେ ବ୍ୟାନ କରିଦେଲେ। ଯଦି ନାଇଜେରିଆ ଭଳି ଦେଶରେ ଏମିତି ହୋଇପାରୁଛି ତେବେ ଭାରତ ତ ଏକ ଶକ୍ତିଶାଳୀ ରାଷ୍ଟ୍ର। ଟ୍ବିଟର ନିଜର କର୍ତ୍ତୃତ୍ବକୁ ପରିମାର୍ଜିତ କରିବା ଦରକାର। ଯେଉଁ ସବୁ ଆକାଉଣ୍ଟକୁ ଅନଭେରିଫାଏଡ୍‌ କରିଛି ତାହାକୁ ବ୍ଲୁ ଟିକ୍‌ ଦେଉ କିମ୍ବା ଏମିତି କାହିଁକି କରିଥିଲା ସେନେଇ ଉଚିତ କାରଣ ଦର୍ଶାଉ ବୋଲି ମଧ୍ୟ ରାଜୀବ ତୁଳି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.