ଟ୍ୱିଟରର ମନମାନୀ : ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ, ୦୫/୦୬: ଟ୍ୱିଟରର ମନମାନୀ । ଟ୍ୱିଟର୍ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି ।ଏହାପୂର୍ବରୁ ଶନିବାର ଉପରାଷ୍ଟ୍ରପତି ଏମ ଭେଙ୍କୈୟା ନାଇଡୁଙ୍କ ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇଥିଲା । ପରେ ପୁଣି ଆକାଉଣ୍ଟକୁ ଭେରିଫାଏଡ୍ କରିଥିଲା ।

ଟ୍ୱିଟର ପକ୍ଷରୁ ଶନିବାର ସକାଳେ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦିଆଯାଇଥିଲା । ତେବେ ଉପରାଷ୍ଟ୍ରପତିଙ୍କ ସରକାରୀ ଆକାଉଣ୍ଟ ହ୍ୟାଣ୍ଡେଲରେ ବ୍ଲୁ ଟିକ୍ ମାର୍କ ରହିଥିଲା। ଏଥିରେ ୯ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ତାଙ୍କର ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରେ ୧୩ ଲକ୍ଷ ଫଲୋଅର୍ସ ରହିଛନ୍ତି । ବିବାଦ ବଢିବା ପରେ ପୁଣି ଆକାଉଣ୍ଟକୁ ଭେରିଫାଏ କରାଯାଇଛି । ଏବେବି ଆରଏସଏସର ବରିଷ୍ଠ ନେତା ସୁରେଶ ଯୋଶୀ, ସୁରେଶ ସୋନୀ, ଅରୁଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ଭେରିଫାଏ କରାଯାଇ ନାହିଁ ।  ଏପରିକି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ୍ ହଟାଇଦେଇଛି ।

ଏହି ଘଟଣାକୁ ନେଇ ଟ୍ୱିଟର ଇଣ୍ଡିଆ ସଫେଇ ଦେଇଛି ଯେ, ଆକାଉଣ୍ଟକୁ ଦୀର୍ଘ ଦିନ ଧରି ଲଗଇନ୍ କରାଯାଇ ନାହିଁ । ତେଣୁ ବ୍ଲୁ ଟିକ୍ ହଟିଯାଇଥିଲା । ଟ୍ୱିଟରର ନିୟମ ଅନୁସାରେ, ଯଦି ୟୁଜର ନିଜର ଟ୍ୱିଟଲ ହ୍ୟାଣ୍ଡେଲ ନାଁ ପରିବର୍ତ୍ତନ କରେ କିମ୍ବା ଯେଉଁ ଆଧାରରେ ଭେରିଫାଏ ହୋଇଥିଲେ ସେହି ସର୍ତ୍ତକୁ ନମାନେ ତେବେ ବ୍ଲୁ ଟିକ୍ ହଟାଇ ଦିଆଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.