ଆରଏସଏସ ନେତାଙ୍କ ଉପରକୁ ଆତଙ୍କବାଦ ହମଲା : ନେତାଙ୍କ ପିଏସଓଙ୍କ ମୃତ୍ୟୁ

Published By : Prameya-News7 Bureau | April 09, 2019 IST

କିସ୍ତୱାର ୯/୪ : ଜାମ୍ମୁ କାଶ୍ମୀର କିସ୍ତୱାର ଅଂଚଳରେ ଆତଙ୍କବାଦୀମାନେ ଆରଏସଏସ ନେତା ଏବଂ ତାଙ୍କ ସୁରକ୍ଷାରେ ନିୟୋଜିତ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି | ଆତଙ୍କବାଦୀଙ୍କ ଗୁଳିରେ ଆରଏସଏସ ନେତା ଏବଂ ଯବାନ ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |


ସୂଚନାଯୋଗ୍ୟ ଯେ, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଏସଓ ଯବାନଙ୍କ ମୃତ୍ୟୁ ହୋଇଯାଇଛି | ଆଜି ଦିନ ଦ୍ବିପ୍ରହରରେ କିସ୍ତୱାର ହସ୍ପିଟାଲରେ ଆତଙ୍କବାଦୀମାନେ ପଶି ସିନିୟର ଫାର୍ମାସିଷ୍ଟ ତଥା ଆରଏସଏସ ନେତା ଚନ୍ଦ୍ରକାନ୍ତ ଶର୍ମା ଏବଂ ତାଙ୍କ ପିଏସଓଙ୍କୁ ଗୁଳି କରିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ପିଏସଓଙ୍କ ମୃତ୍ୟୁ ହୋଇଛି | ଆରଏସଏସ ନେତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.