Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ମୁସଲିମଠୁ ଦୂରତା, ସଂଘ ପ୍ରମୁଖ କହିଲେ- ଏହା ଠିକ୍ ନୁହେଁ, ସମସ୍ତ ୧୩୦ କୋଟି ଲୋକ ଆମର ଭାଇ-ବନ୍ଧୁ

26/04/2020 at 7:57 PM

ନୂଆଦିଲ୍ଲୀ ୨୬।୦୪: ରାଷ୍ଟ୍ରୀୟ ସ୍ଵଂୟ ସେବକ ସଙ୍ଘର ପ୍ରମୁଖ ମୋହନ ଭାଗବତ କରୋନାର ବଢୁଥିବା ସଂକ୍ରମଣ ଓ ତବଲିଗି ଜମାତ ପ୍ରତି କଥିତ ଚିନ୍ତାଧାରାକୁ ନେଇ ଦେଶବାସୀଙ୍କୁ ସାବଧାନ କରିଛନ୍ତି। ସେ ସଙ୍ଘର ଅନଲାଇନ ବୌଦ୍ଧିକ ବର୍ଗରେ କହିଛନ୍ତି ଯେ, ଦେଶର ୧୩୦ କୋଟି ଜନତା ସମସ୍ତେ ଭାରତ ମାତାର ସନ୍ତାନ ଏବଂ ଆମର ଭାଇ-ବନ୍ଧୁ। ଏହାକୁ ଧ୍ୟାନରେ ରଖିବା ଉଚିତ୍। ଉଭୟ ପକ୍ଷରୁ କୌଣସି ପ୍ରକାରର ଭୟ କିମ୍ବା କ୍ରୋଧ ହେବା ଉଚିତ୍ ନୁହେଁ। ସେ ସମାଜର ଦାୟିତ୍ଵବାନ ଲୋକଙ୍କୁ ଅପିଲ୍ କରି କହିଛନ୍ତି ଯେ, ସେମାନେ ଲୋକଙ୍କୁ ଏଥିରୁ ବଞ୍ଚାଇବା ଉଚିତ୍। ଯଦି କେହି ଭୟରେ କିମ୍ବା କ୍ରୋଧରେ କିଛି କହି ଦେଉଛନ୍ତି ତେବେ ସମସ୍ତ ସମୂହ ତାଙ୍କୁ ଘେରି ଏକା ଛାଡି ଦେବା ଠିକ୍ ନୁହଁ।

ଲକ୍‌ଡାଉନ୍‌ରେ ସଂଘର କାମ ଜାରି ରହିଛି

ସଙ୍ଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଯେ, ସଙ୍ଘର କାମ ଲକ୍‌ଡାଉନ୍‌ରେ ମଧ୍ୟ ଜାରି ରହିଛି। ନିତିଦିନିଆ କାମ ବନ୍ଦ ରହିଛି ମାତ୍ର ଅନ୍ୟ କାମ ଜାରି ରହିଛି। କରୋନା ମହାମାରୀ ଏକ ନୂତନ ଭାଇରସ୍‌, ଚାରିଆଡେ ହାହାକାର ସୃଷ୍ଟି କରିଛି ମାତ୍ର ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଶାନ୍ତ ମନରେ  ଯୋଜନା କରିବାକୁ ପଡିଥାଏ ଯେ, ଆମକୁ କଣ କଣ କରିବା ଉଚିତ୍। ଭୟଠୁ ଦୂରରେ ରହି ସୁନିୟୋଜିତ ପ୍ରୟାସ କରିବା ଉଚିତ୍।

ତବଲିଗି ଜମାତ ଉପରେ କହିଲେ

ସଂଘ ପ୍ରମୁଖ କହିଛନ୍ତି, ଯଦି କେହି ଭୟରେ କିମ୍ବା କ୍ରୋଧରେ କିଛି ଓଲଟା ସିଧା କହି ଦିଅନ୍ତି ତେବେ ତାଙ୍କୁ ପୂରା ସମୁଦାୟ ଘେରି ଏକାକୀ ଛାଡି ଦେବା ଠିକ୍ ନୁହଁ। ଭାଗବତଙ୍କ ଏହି ଇସାରା ତବଲିଗି ଜମାତ ଓ ସେମାନଙ୍କର ଜଲସେକୁ ନେଇ ଥିଲା। ମୋହନ ଭାଗବତ କହିଛନ୍ତି, ଦେଶରେ ଉସୁକାଇବା  ଲୋକଙ୍କ ଅଭାବ ନାହିଁ ଏବଂ ଏହାର ଲାଭ ଉଠାଇବା ଲୋକଙ୍କ ଅଭାବ ମଧ୍ୟ ନାହିଁ। ଯେଉଁ  ଭଳି ଦେଶରେ କରୋନା ବ୍ୟାପିଲା ଏହାର କାରଣ ଏହା ମଧ୍ୟ ରହିଛି।

ପାଲଘରରେ ସନ୍ନ୍ୟାସୀଙ୍କ ହତ୍ୟା ନେଇ ଦୁଃଖିତ

ସଂଘ ପ୍ରମୁଖ  କହିଛନ୍ତି ମହାରାଷ୍ଟ୍ରରେ ଉପଦ୍ରବୀମାନେ ସନ୍ନ୍ୟାସୀଙ୍କ ହତ୍ୟା କରିଛନ୍ତି। ଏହାର ଦୁଃଖ ସମସ୍ତଙ୍କ ମନରେ ରହିଛି। ଧୈର୍ଯ୍ୟ ରଖି ସବୁ କାମ ଏବଂ ଆଲୋଚନା କରିବା ଉଚିତ୍। ୨୮ ତାରିଖରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ କିଛି କାର୍ଯ୍ୟକ୍ରମ ମଧ୍ୟ କରିବୁ। ସାଧୁ ଉପଦ୍ରବୀ ନଥିଲେ, ତଥାପି ଭିଡ ତାଙ୍କୁ ହତ୍ୟା କଲେ।

ସେ କହିଛନ୍ତି ଯେ, ପାଲଘର ଘଟଣାକୁ ନେଇ  ବୟାନବାଜି ଜାରି ରହିଛି। ଏହି ପରି କାମ ହେବା ଉଚିତ୍ କି ? ଆଇନ ବ୍ୟବସ୍ଥାକୁ ହାତକୁ ନେବା ଉଚିତ୍ କି ? ଯେବେ ଏମିତି ଘଟେ ତେବେ ପୋଲିସକୁ କଣ କରିବା ଉଚିତ୍ ? ଏହି ସବୁ କଥା ବିଚାର କରାଯିବା ଉଚିତ୍।

ଅନ୍ୟକୁ ସାହାଯ୍ୟ କରିବା ଭାରତର ସ୍ଵଭାବ

ଭାଗବତ କହିଛନ୍ତି ଭାରତ ଯେଉଁ ଔଷଧର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା ତାକୁ ମଧ୍ୟ ଦୁନିଆର ଉନ୍ନତି ଲାଗି ନିଜେ କିଛିଟା କ୍ଷତି ସହିତ ଅନ୍ୟ ଦେଶକୁ ଯୋଗାଇ ଦେଇଛି। ଅନ୍ୟ ଦେଶକୁ ସାହାଯ୍ୟ କରିବା ହେଉଛି ଭାରତର ସ୍ଵଭାବ। ସଂଘ ପ୍ରମୁଖ କହିଛନ୍ତି ଯେ, ଆମକୁ ନିଜେ ଚିନ୍ତା କରିବା ଉଚିତ୍ ଯେ ଆମେ ସଂପ୍ରତି କାମ କରିବାକୁ ଯୋଗ୍ୟ କି ନୁହଁ। ତେଣୁ ଏବେ ସାମାଜିକ ଦୂରତ୍ଵ ପାଳନ କରନ୍ତୁ, ମାସ୍କ ଲଗାନ୍ତୁ।

ସ୍ଵଦେଶ  ଆପଣାଇବା ଉପରେ ଦେଲେ ଜୋର

ଭାଗବତ କହିଛନ୍ତି ଲୋକଙ୍କୁ ସ୍ଵଦେଶୀ ଆଡକୁ ବଢିବା ଉଚିତ୍। ଯଦି ସ୍ଵଦେଶୀ ବସ୍ତୁରେ କାମ ଚାଲୁଛି ତେବେ ତାକୁ ଆପଣା ଯାଉ। ବିଦେଶୀ ବସ୍ତୁର କମ ଉପଯୋଗ କରାଯାଉ।

   Related Posts