‘ଦେଶ ସ୍ବାଧୀନ ହେବା ପରଠୁ ସବରକରଙ୍କୁ ବଦନାମ କରିବାକୁ ଅହରହ ଚେଷ୍ଟା ଜାରି ରହିଛି, ଏହା ପରେ ବିବେକାନନ୍ଦଙ୍କ ପାଳି’ : ମୋହନ ଭାଗବତ

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨/୧୦ : ‘ଦେଶ ସ୍ବାଧୀନତା ପାଇବା ପରେ ପରେ ବୀର୍‌ ସବରକରଙ୍କୁ ବଦନାମ କରିବାକୁ ଚେଷ୍ଟା ଜାରି ରହିଛି, ଆଗାମୀ ଟାର୍ଗେଟ୍‌ ହେଉଛନ୍ତି ବିବେକାନନ୍ଦ’ । ବୀର୍‌ ସବରକରଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ । ସବରକରଙ୍କ ସହ ଜଡିତ ଅନେକ କଥା କହିଛନ୍ତି ମୋହନ ଭାଗବତ ।

ସମ୍ବୋଧନ ବେଳେ ମୋହନ ଭାଗବତ କହିଛନ୍ତି, ‘ଏବେ ସଂଘ ପରିବାର ଏବଂ ବୀର୍‌ ସବରକରଙ୍କୁ ନେଇ ଟିପ୍ପଣୀ ଦେବା ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ଦିନରେ ସ୍ବାମୀ ବିବେକାନନ୍ଦ, ଦୟାନନ୍ଦ ଏବଂ ସ୍ବାମୀ ଅରବିନ୍ଦଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇବେନି କିଛି ଗୋଷ୍ଠୀ’ ।  

ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତକୁ ଯୋଡିବା ଫଳରେ ଯେଉଁମାନଙ୍କର ଦୋକାନ ବନ୍ଦ ହୋଇଯାଏ ସେମାନଙ୍କୁ ଭଲ ଲାଗେନାହିଁ । ଏଭଳି ସଂଯୋଗ କରିପାରୁଥିବା ବିଚାରକୁ ଧର୍ମ କୁହାଯାଏ ।ଏହି ଧର୍ମ ଯୋଡିବା ପାଇଁ ଉର୍ଦ୍ଧିଷ୍ଟ ନା କି ପୁଜା ପଦ୍ଧତି ଆଧାରରେ ବାଣ୍ଟିବା ପାଇଁ । ଏହାକୁ ମାନବତା ବା ସମ୍ପୂର୍ଣ୍ଣ ବିଶ୍ବର ଏକତା ବୋଲି କୁହାଯାଏ । ବୀର୍‌ ସବରକର ଏହାକୁ ହିଁ ହିନ୍ଦୁତ୍ବ କହୁଥିଲେ ।’

ସ୍ବାଧୀନତାର ଏତେ ବର୍ଷ ପରେ ଏବେ ଯେତେବେଳେ ଆମେ ପରିସ୍ଥିତିକୁ ସାମ୍ନା କରୁଛେ ଭାବିବାକୁ ପଡୁଛି ଯେ, ସେତେବେଳେ ଜୋରକରି କହିବାର ଆବଶ୍ୟକତା ଥିଲା । ଯଦି ସମସ୍ତେ ମିଳିମିଶି ଜୋର ଦେଇ କହିଥାନ୍ତେ ତେବେ ଦେଶ ବିଭାଜନ ହୋଇନଥାନ୍ତା । ବୀର୍ ସବରକରଙ୍କ ହିନ୍ଦୁତ୍ବ, ସ୍ବାମୀ ବିବେକାନନ୍ଦଙ୍କ ହିନ୍ଦୁତ୍ବ କହିବା ଏବେ ଅଭ୍ୟାସ ହୋଇଗଲାଣି । କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ, ହିନ୍ଦୁତ୍ବ ଏକ୍‌ । ପ୍ରଥମରୁ ଏକତା ଆକାରରେ ଥିଲା ଏବେ ମଧ୍ୟ ଅଛି ଆଉ ଆଗକୁ ବି ରହିବ ।

ମୁସଲିମ ଧର୍ମୁକୁ ନେଇ ମୋହନ ଭାଗବତ କହିଛନ୍ତି, ‘ସୟଦ ଅହମ୍ମଦକୁ ମୁସଲିମ ଅସନ୍ତୋଷର ଜନକ ବୋଲି କୁହାଯାଏ । ଇତିହାସ ସାକ୍ଷୀ ଅଛି ଦାରା ଶିକୋହ, ଆକବର ଭଳି ଯୋଦ୍ଧା ଅଛନ୍ତି କିନ୍ତୁ ଔରଙ୍ଗଜେବ୍‌ ମଧ୍ୟ ଥିଲେ ଯିଏକି ଚକ ଓଲଟା ବୁଲାଇଥିଲେ । ଆଉ ଜଣେ ମୁସଲିମ ଅଶ୍‌ଫାକ୍‌ ଉଲ୍ଲାହ ଖାନ କହିଥିଲେ, ମରିବା ପରେ ଆଗାମୀ ଜନ୍ମ ଭାରତରେ ନେବାକୁ ଚାହେଁ । ଏଭଳି ଲୋକଙ୍କ ନାଁ ଗୁଞ୍ଜରଣ ହେବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.