Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

RSS ମୁଖ୍ୟ ମୋହନ ଭାଗବତCovid-19 ପଜିଟିଭ୍, ହସ୍ପିଟାଲରେ ଭର୍ତ୍ତି

10/04/2021 at 9:19 PM

ନାଗପୁର ୧୦।୪: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ୍) ମୁଖ୍ୟ ଡ. ମୋହନ ଭାଗବତ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ନାଗପୁର ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆରଏସଏସ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଜନୈକ ପଦାଧିକାରୀଙ୍କ ଅନୁସାରେ ପୂର୍ବତନ ସରକାର୍ଯ୍ୟବାହ ସୁରେଶ ଯୋଶୀ (ଭୟାଜୀ) ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ସେ ଏବେ ପୃଥକବାସରେ ଅଛନ୍ତି। ୭୩ ବର୍ଷ ବୟସ୍କ ଭୟାଜୀ କିଛି ଦିନ ପୂର୍ବରୁ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଥିଲା।

ମୋହନ ଭାଗବତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ହେଲଥ ବୁଲେଟିନ୍‌ ଜାରି କରିଛନ୍ତି। ୭୦ ବର୍ଷ ବୟସ୍କ ଭାଗବତଙ୍କ ସ୍ୱାସ୍ଥ୍ୟ ସ୍ଥିତି ଏବେ ସ୍ଥିର ଥିବା ସୂଚିତ କରିଛନ୍ତି। ତେବେ ତାଙ୍କଠାରେ କୋଭିଡ-୧୯ର ସାଧାରଣ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସତର୍କତା ସ୍ୱରୂପ ତାଙ୍କୁ କିଙ୍ଗସୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସଂଘ ପକ୍ଷରୁ ଏକ ଟ୍ୱିଟ୍‌ ବାର୍ତ୍ତାରେ ସୂଚିତ କରାଯାଇଛି।

ତାଙ୍କ ଛାତିର ସିଟିସ୍କାନ କରାଯାଇଥିବା ବେଳେ ଅନ୍ୟ ଜରୁରି ଯାଞ୍ଚ ମଧ୍ୟ କରାଯାଇଛି। ସବୁ ରିପୋର୍ଟ ସ୍ୱଭାବିକ ମିଳିଥିବା ହସ୍ପିଟାଲ ପକ୍ଷରୁ ସୂଚିତ କରାଯାଇଛି। ସେ ଏବେ ସ୍ୱଭାବିକ ନିଶ୍ୱାସପ୍ରଶ୍ୱାସ ନେଇପାରୁଥିବା ବେଳେ ତାଙ୍କର ମଧୁମେହ ସ୍ତର ମଧ୍ୟ ସ୍ୱଭାବିକ ଅଛି। ସେ ଅବସ୍ଥାନ କରୁଥିବା କୋଠରୀରେ ସାଧାରଣ ବାୟୁଚଳାଚଳରେ ମଧ୍ୟ ୬ ମିନିଟ୍‌ ଟହଲିବାର ପରୀକ୍ଷାରେ ମଧ୍ୟ ସେ ଉତୀର୍ଣ୍ଣ ହୋଇଛନ୍ତି।  ସେ ଏବେ ଡାକ୍ତରଙ୍କ ଦେଖରେଖରେ ଅଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟଦୁରପ୍ପା ଏକ ଟ୍ୱିଟ୍‌ ବାର୍ତ୍ତାରେ ସରସଂଘ ଚାଳକଙ୍କ ସ୍ୱସ୍ଥ ସ୍ୱାସ୍ଥ୍ୟ ସହ ଆଶୁ ଆରଗ୍ୟ କାମନା କରିଛନ୍ତି।

   Related Posts