କରୋନା ଆତଙ୍କ : ଅଖିଳ ଭାରତୀୟ ପ୍ରତିନିଧି ସଭାର ବାର୍ଷିକ ବୈଠକକୁ ବାତିଲ କଲା RSS

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ।୩: କରୋନା ଭାଇରସ୍ ଯୋଗୁଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଶନିବାର ଏହାର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଅଖିଳ ଭାରତୀୟ ପ୍ରତିନିଧି ସଭାର ବାର୍ଷିକ ବୈଠକକୁ ବାତିଲ କରିଥିବା ନେଇ ସ୍ପଷ୍ଟ କରିଛି ।

ଆରଏସଏସର ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ କହିଛନ୍ତି ଯେ, ମାର୍ଚ୍ଚ ୧୫ ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ଅନୁଷ୍ଠିତ ହେବ ନାହିଁ ।

ଏବିପିଏସ୍ ୩ ଦିନିଆ ବାର୍ଷିକ ବୈଠକରେ ଆରଏସଏସ ବ୍ୟତୀତ ଏହାର ସମସ୍ତ ଅନୁବନ୍ଧିତ ସଂଗଠନର ମୁଖ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି) ର ସଭାପତି ଯୋଗଦେଇଥାନ୍ତି ।

ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଏବଂ ଜରୁରୀକାଳୀନ ପରିସ୍ଥିତି ଘୋଷଣା ବେଳେ ଆରଏସଏସ ତାର ଏହି ବୈଠକକୁ ଦୁଇଥର ସ୍ଥଗିତ ରଖିଥିଲା ।

ଆରଏସଏସ ମୁଖପାତ୍ର ଅରୁଣ କୁମାର କହିଛନ୍ତି ଯେ, ୧୧ଟି ଜୋନରୁ ପ୍ରାୟ ୧୫୦୦ ପ୍ରତିନିଧି, ୪୪ ଟି ଦଳର ରାଜ୍ୟ ସ୍ତରୀୟ କାର୍ଯ୍ୟାଳୟର ଅଧିକାରୀ, ୩୫ ଟି ସଂଗଠନର ଜାତୀୟ ପ୍ରତିନିଧି, ସ୍ବତନ୍ତ୍ର ନିମନ୍ତ୍ରଣକାରୀ ଏବଂ ଆରଏସଏସ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଏହି ବୈଠକରେ ଯୋଗଦେବେ ବୋଲି ଆଶା କରାଯାଉଛି।

ଶୁକ୍ରବାର ଦିନ ଭାରତରେ ଦ୍ବିତୀୟ କରୋନା ଭାଇରସ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ଏହି ଭାଇରସ୍ ଧିରେ ଧିରେ ବ୍ୟାପିବାରେ ଲାଗିଛି । ଫଳରେ ବ୍ୟବସାୟ, ଶିକ୍ଷାନୁଷ୍ଠାନ ତଥା ଜନସମାବେଶ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.