ଇମ୍ରାନଙ୍କୁ ସଂଘର କଡ଼ା ଜବାବ, ସଭ୍ୟ ପଡ଼ୋଶୀ ସମ୍ପର୍କ ଲାଗି ତାଲିବାନ ମାନସିକତା ତ୍ୟାଗ କର

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ ୧୬।୭: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍) କାର୍ଯ୍ୟକର୍ତ୍ତା ତଥା ମୁସ୍ଲିମ ରାଷ୍ଟ୍ରୀୟ ମଞ୍ଚର ସଂରକ୍ଷକ ଇନ୍ଦ୍ରେଶ କୁମାର ତାସକେଣ୍ଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବୟାନକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ପଡୋଶୀ ଭାରତ ସହ ସଭ୍ୟ ସମ୍ପର୍କ ଲାଗି ପାକିସ୍ତାନ ସର୍ବଦା ଆଗ୍ରହୀ ତେବେ ଆରଏସଏସକୁ ପ୍ରତିବନ୍ଧକ ବୋଲି ଇମ୍ରାନ ଅନ୍ତର୍ଜାତୀୟ ଗଣମାଧ୍ୟକୁ କହିଥିଲେ। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ  ତାଲିବାନ ମାନସିକତାରୁ ବାହାରକୁ ଆସି ପାରିନଥିବା ଏଥିରୁ ସ୍ପଷ୍ଟ ହୋଇଥିବା ଇନ୍ଦ୍ରେସ କୁମାର କହିଛନ୍ତି।

wp:embed {"url":"https://twitter.com/ANI/status/1415958511268220929","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1415958511268220929
/wp:embed

ଇନ୍ଦ୍ରେସ୍ କହିଛନ୍ତି ଯେ ପାକିସ୍ତାନ ତାଲିବାନ ମାନସିକତାର ଦେଶ ଥିଲା ଓ ଆଗକୁ ମଧ୍ୟ ରହିବ। ଇମ୍ରାନଙ୍କ ବୟାନ ପାକିସ୍ତାନ ତାର ଉତ୍ପତିରୁ ବିଷରେ ଭରା ଶାସକଙ୍କ ଦେଶ ବୋଲି ପୁଣି ପ୍ରମାଣିତ ହୋଇଥିବା ଇନ୍ଦ୍ରେସ କହିଛନ୍ତି। ଏଥିରୁ ପାକିସ୍ତାନୀ ନାଗରିକ ଶାନ୍ତି ଚାହୁଁଛନ୍ତି ହେଲେ ଶାସକ ହିଁ ଦେଶର  ପ୍ରଥମ ଶତ୍ରୁ ତାହା ଆଜି ସ୍ପଷ୍ଟ ହୋଇଯାଇଛି। ଶାସକଙ୍କର ଏପରି ନୀତି ହିଁ ୧୯୭୧ରେ ପାକିସ୍ତାନ ବିଭାଜନର କାରଣ ପାଲଟିଥିଲା ଓ ଏସିଆ ମହାଦେଶରେ ବାଂଲାଦେଶକୁ ଜନ୍ମ ଦେଇଥିଲା ବୋଲି ସେ କହିଛନ୍ତି। ଶାସକଙ୍କ ଏହିପରି ମନଭାବ ଏବେ ସିନ୍ଧ, ବଲୁଚିସ୍ତାନ ଓ ପଖତୁନିସ୍ତାନକୁ ମଧ୍ୟ ବାଂଲାଦେଶ ପରି ଭାବିବାକୁ ବାଧ୍ୟ କରୁଥିବା ଇନ୍ଦ୍ରେସ କହିଛନ୍ତି। 

{"id":481728,"width":840,"height":567,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ପାକିସ୍ତାନର ଶାସକ ମାନବତା, ଭାଇଚାରା ଓ ଶାନ୍ତିର ଶତ୍ରୁ। ଏହାକୁ ସେମାନଙ୍କ ତାଲିବାନୀ ବିଚାରଧାରା ନୁହେଁତ ଆଉ କଣ କୁହାଯାଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଶୁକ୍ରବାର ଇମ୍ରାନଙ୍କ ବୟାନରୁ ପାକିସ୍ତାନ ଶାନ୍ତି ଠାରୁ ଏବେ ବହୁତ ଦୂରକୁ ଯାଇସାରିଥିବା ଓ ଭାଙ୍ଗିବା ଅବସ୍ଥାରେ ପହଞ୍ଚିଥିବାର ସୂଚନା  ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.