ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୯୦ ଲକ୍ଷ ଟଙ୍କା, ନିର୍ଦେଶ ଦେଲେ ଟ୍ରିବ୍ୟୁନାଲ୍

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭/୧୨ : ଏକ ମୋଟର ଦୁର୍ଘଟଣା ଟ୍ରିବ୍ୟୁନାଲ ଜଣେ ହୋଣ୍ଡା ସିଟି କାରର ମାଲିକ ଏବଂ ଏକ ବୀମା କମ୍ପାନୀକୁ ଅଭିନେତା ଶାହରୁଖ ଖାନଙ୍କ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟରେ କାମ କରୁଥିବା ଜଣେ ଯୁବ ଆନିମେଟରଙ୍କ ପରିବାର ଲୋକଙ୍କୁ ୯୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯିଏକି ୨୦୧୨ ମସିହାରେ ଏକ ଦୁର୍ଘଟଣାର ଶିକାର ହେବାର ପାଞ୍ଚ ବର୍ଷ ପରେ ମୃତ୍ୟୁ ବରଣ କରିଥିଲେ ।  ଦୁର୍ଘଟଣାର ଶିକାର ବେହା ପରେ ସେ ୫ ବର୍ଷ ହେବ ସ୍ଥାୟୀ ଅକ୍ଷମତା ସହିତ ଶଯ୍ୟାଶାୟୀ ଥିଲେ ।

ସୂଚନା ଅନୁସାରେ ଚାରୁ ଖଣ୍ଡଲ ନାମକ ଯବୁତୀ ଯିଏକି  ଶାହାରୁଖ ଖାନ ଅଭିନୀତ ରା-ଓ୍ବାନ୍ ଫିଲ୍ମରେ ଲିଡ୍ ଆନିମେଟର ଭାବରେ କାମ କରୁଥିଲେ ।  ତେବେ ଅଫିସରୁ କାମ ସାରି ତାଙ୍କ ଭଉଣୀ ଏବଂ ଭାବି ସ୍ବାମୀଙ୍କ ସହିତ ଏକ ଅଟୋରିକ୍ସରେ ଫେରୁଥିଲେ । ଓଶିୱାରା ଲିଙ୍କ୍ ରୋଡରେ ଥିବା ଏକ ଜନସନରେ ସେମାନଙ୍କ ଅଟୋକୁ ଏକ ହୋଣ୍ଡା ସିଟି କାର ଧକ୍କା ଦେଇଥିଲା । ଉକ୍ତ ଅଟୋରେ ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ ।

ଚାରୁ ଖଣ୍ଡଲ ମେରୁଦଣ୍ଡରେ ଆଘାତ ପାଇଥିଲେ । ସେ ତିନି ମାସ ଧରି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ବ୍ଲାଡର ଏବଂ ଅନ୍ତନଳୀ ନିୟନ୍ତ୍ରଣ ହରାଇଥିଲେ ଏବଂ ତାଙ୍କୁ ଡାଏପର ବ୍ୟବହାର କରିବାକୁ ପଡୁଥିଲା |

ତେବେ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ୍ ପଠାଯିବା ପରେ ମଧ୍ୟ କାର ମାଲିକ ମନୋଜ ଗୌତମ  ହାଜର ହୋଇନଥିଲେ । ବୀମା କମ୍ପାନୀ ଏକ ଲିଖିତ ବିବୃତ୍ତିରେ କହିଛି ଯେ ଏହି ଦୁର୍ଘଟଣାରେ ଦୁଇଟି ଗାଡି ସମ୍ପୃକ୍ତ ଥିଲା ଏବଂ ​‌ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିଲା ତେବେ ଦୁର୍ଘଟଣା ସ୍ଥଳ ଏବଂ ସ୍କେଚ୍ ଆଧାରରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏସସି ଚନ୍ଦକ ଥାନାରେ ମାମଲା ରୁଜୁ କରିଛନ୍ତି । ତେବେ ସଂପୃକ୍ତ ଇନସ୍ୟୁରାନ୍ସ କମ୍ପାନୀ ଏବଂ ଗାଡି ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ତଦନ୍ତ କରୁଥିବା ଟ୍ରିବ୍ୟୁନାଲ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.