ଚୋରା ଚାଲାଣ ବେଳେ ଧରାପଡିଲା ୩୫ଲକ୍ଷ ଟଙ୍କାର ଗଞ୍ଜେଇ : ୩ ଅଟକ, ଟ୍ରକ୍ ଜବତ

Published By : Prameya-News7 Bureau | August 27, 2020 IST

ଲମତାପୁଟ ୨୭।୮: କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ହରିୟଣା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ପରିମାଣର ଗଞ୍ଜେଇ । ଲମତାପୁଟ ମାଳିସାହି ଛକ ନିକଟରେ  ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ  କରୁଥିଲା । ସେହି ସମୟରେ  ତୁସୁବା  ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିବା ବେଳେ ଟ୍ରକ୍ ଡାଲାରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା ।  ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଟ୍ରକ୍ ଜବତ କରିବା ସହ  ତିନି ଜଣଙ୍କୁ  ଅଟକ ରଖିଛି ପୋଲିସ  । ଟ୍ରକରେ ପ୍ରାୟ  ୪ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ । ଏହାର ମୂଲ୍ୟ  ୩୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

{"id":320800,"sizeSlug":"large"}

ଅଟକ ଯୁବକ ହରିୟାଣାର ସୁମିତ କୁମାର, ରୁତାଶ କୁମାର ଏବଂ ୟୁପିର ବିଶାଲ କୁମାର  । ଏହି ଯୁବକଙ୍କ ବୟସ ୧୮  ରୁ ୨୫ ମଧ୍ୟରେ ହେବ । ସେମାନେ ନିଶା କାରବାରରେ ବହୁ ଦିନରୁ ଲିପ୍ତଥିବା ପୋଲିସକୁ କହିଛନ୍ତି । ପୂର୍ବରୁ ବହୁଥର ଏହି ଅଞ୍ଚଳକୁ ଆସି ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସକୁ କହିଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଥିରେ ସମ୍ପୃକ୍ତ ଥିବା ମଧ୍ୟ ସ୍ଵୀକାର କରିଛନ୍ତି ।

{"id":320801,"sizeSlug":"large"}

ଗତ ମାର୍ଚ୍ଚ ମାସ ଲକ୍ ଡାଉନ୍ ରୁ ଆଜି ପର୍ଯ୍ୟନ୍ତ ମାଛକୁଣ୍ଡ ଥାନାରେ ୧୩ଟି ଗଞ୍ଜେଇ କେସ ହୋଇଥିବା ବେଳେ ୨୮ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ୧୪ଟି ଗାଡି ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ପୋଲିସର ସୂଚନା ଅନୁଯାଇ ଲକ୍ ଡାଉନ୍ କୋହୋଳ ହେବା ପରେ ଗଞ୍ଜେଇ ମାଫିଆ ସକ୍ରିୟ ହୋଇ ପଡିଛନ୍ତି । ବେଧଡକ ଗଞ୍ଜେଇ ଚୋରା ଚାଲାଣ ହେଉଛି । ମାଫିଆମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରାଚାଲଣ କରୁଥିବା ଦେଖିବାକୁ ମିଳୁଛି । ଗଞ୍ଜେଇ ମଫିଆଙ୍କୁ ନା ଲକ୍ ଡାଉନର ଭୟ ଅଛି ନା କରୋନା ମହାମାରୀର ଆତଙ୍କ ରହିଛି । ତଥାପି ଲମତାପୁଟ ପୋଲିସ ଗଞ୍ଜେଇ ମଫିଆଙ୍କୁ କାବୁ କରିବାରେ ସଫଳ ହେଉଛି ଲମତାପୁଟ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.