ବୃଦ୍ଧାଙ୍କ ଝୋପଡିରୁ ମିଳିଲା ଏତେ ଟଙ୍କା, ଗଣି ଗଣି ଥକିଗଲେ ମ୍ୟୁନିସିପାଲିଟି କର୍ମଚାରୀ

Published By : Prameya-News7 Bureau | June 03, 2021 IST

ନୌଶେରା ୩।୬: ଜାମ୍ମୁ କାଶ୍ମୀରର ନୌଶେରାରେ ଜଣେ ବୃଦ୍ଧ ମହିଳା ଦୀର୍ଘ ଦିନ ଧରି ଏକୁଟିଆ ରହୁଥିଲେ । ମହିଳା ଜଣଙ୍କ ଭିକ ମାଗି କୌଣସି ପ୍ରକାରରେ ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସଂପୃକ୍ତ ବୃଦ୍ଧ ମହିଳାଙ୍କୁ ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରାଗଲା ପରେ ଯେତେବେଳେ ମ୍ୟୁନିସିପାଲିଟି କର୍ମଚାରୀ ତାଙ୍କ ଝୋପଡି ଘରର ତଲାସୀ ନେଇଥିଲେ ସେତେବେଳେ ସମସ୍ତଙ୍କ ହୋସ୍ ଉଡିଯାଇଥିଲା । ବୃଦ୍ଧ ମହିଳାଙ୍କ ଝୋପଡିରୁ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ମିଳିଥିଲା ।

{"id":460782,"sizeSlug":"large","linkDestination":"none"}

ଝୋପଡିରେ ଥିବା ଅଳିଆ ଆବର୍ଜନାରେ ବୃଦ୍ଧ ମହିଳା ଜଣଙ୍କ ପଇସା ସାଇତିକି ରଖିଥିଲେ । କେଉଁଠି ଲଫାପାରେ ତ ଆଉ କେଉଁଠି ଟଙ୍କା ରଖାଯାଇଥିଲା । ଏହି ଟଙ୍କାକୁ ଗଣିବା ପାଇଁ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ବହୁ ସମୟ ଲାଗିଥିଲା ।

{"id":460783,"sizeSlug":"large","linkDestination":"none"}

ଏହି ଘଟଣାରେ ୱାର୍ଡ ମେମ୍ବର କହିଥିଲେ ଯେ, ବୃଦ୍ଧ ମହିଳା ଜଣଙ୍କ ଏଠାରେ ୩୦ ବର୍ଷ ହେବ ରହୁଥିଲେ । ବୁଧବାର ରାଜୌରୀରୁ ମ୍ୟୁନିସିପାଲିଟିର ଏକ ଟିମ୍ ଆସି ତାଙ୍କୁ ବୃଦ୍ଧାଶ୍ରମକୁ ନେଇ ଯାଇଥିଲେ । ମ୍ୟୁନିସିପାଲିଟି ଟିମ୍ ଘରର ଆବର୍ଜନାରେ ଥିବା ଲଫାପାରୁ ଟଙ୍କା ପାଇବା ଖବର ସ୍ଥାନୀୟ ଅଞ୍ଚଳରେ ବ୍ୟାପିଯାଇଥିଲା । ଅଳ୍ପ ସମୟ ମଧ୍ୟରେ ଏହାକୁ ଦେଖିବା ପାଇଁ ଲୋକ ଭିଡ ଜମାଇ ଦେଇଥିଲେ । ଭିକ ମାଗୁଥିବା ବୃଦ୍ଧଙ୍କଠାରୁ ଏତେ ଟଙ୍କା ମିଳିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.