ଏହି ସୁନ୍ଦର ସହରରେ ରହିବାକୁ ମିଳୁଛି ୨୫ ଲକ୍ଷ ଟଙ୍କା: ବୟସ ୪୦ରୁ କମ ହେବା ଦରକାର

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩/୦୭ : କରୋନା ଯୋଗୁଁ ଘରେ ରହି ରହି ଲୋକେ ବିରକ୍ତ ହୋଇସାରିଲେଣି। ଏଭଳି ପରିସ୍ଥିତି ଯଦି ଆପଣଙ୍କୁ ଏକ ସୁନ୍ଦର ଜାଗାରେ ରହିବାକୁ କୁହାଯାଏ ଏବଂ ଏଥିପାଇଁ ଟଙ୍କା ମଧ୍ୟ ଦିଆଯାଏ ତାହେଲେ ଆପଣଙ୍କୁ କେମିତି ଲାଗିବ ? ନିଶ୍ଚୟ ଆପଣ ଖୁସି ହେବେ। ଇଟାଲୀରେ ଏହିଭଳି ଏକ ସୁନ୍ଦର ଜାଗା ଅଛି। ଭାରତ ଜନସଂଖ୍ୟା ବୃଦ୍ଧି ନେଇ ଚିନ୍ତିତ ଥିବାବେଳେ ଇଟାଲୀର ଏମିତି କିଛି ସୁନ୍ଦର ଗାଁ ଅଛି ଯେଉଁଠାରେ ଜନସଂଖ୍ୟା ହ୍ରାସ ପାଉଛି। ଏହି ଗାଁରେ ବାସ କଲେ ସରକାର ତାଙ୍କୁ ଏଠାରେ ରହିବାକୁ ୨୮ ହଜାର ପାଉଣ୍ଡ ଅର୍ଥାତ ପାଖାପାଖି ୨୫ ଲକ୍ଷ ଟଙ୍କା ଦେବେ।

{"id":480045,"width":776,"height":582,"sizeSlug":"large","linkDestination":"none"}

ଏହି ଅଞ୍ଚଳ ହେଲା ଇଟାଲୀର କଲବ୍ରିୟା କ୍ଷେତ୍ର। ଏହାର ଜନସଂଖ୍ୟା ବହୁତ ହ୍ରାସ ପାଇଛି। ଅନେକ ପଳାୟନ କରିଛନ୍ତି। ଅପରପକ୍ଷରେ ଲୋକେ ଏଠାକୁ ବାସ କରିବାକୁ ବି ଆସୁନାହାନ୍ତି। ସେଥିପାଇଁ ସରକାର ୨୫ ଲକ୍ଷ ଟଙ୍କା ଦେଇ ଏଠାରେ ଜନବସତି ଗଢିବାକୁ ଚାହୁଁଛନ୍ତି। ଏହି ରାଶି ତାଙ୍କୁ ଆକ୍ଟିଭ ରେସିଡେନ୍ସି ଇନକମ ଅନୁଯାୟୀ ମିଳିବ।

ଯଦି ଏତେ ଭଲ ମୌକା ମିଳିଛି ତାହେଲେ କିଛି ସର୍ତ୍ତ ତ ନିଶ୍ଚୟ ରହିବ। metro.co.uk ରିପୋର୍ଟ ଅନୁଯାୟୀ ଇଟାଲୀର କଲବ୍ରିୟା କ୍ଷେତ୍ରରେ ବାସ କରିବାକୁ ବୟସ ସୀମା ଧାର୍ଯ୍ୟ କରାଯାଇଛି। ଏଠାରେ ବାସ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ବୟସ ୪୦ ବର୍ଷରୁ କମ ହୋଇଥିବା ଦରକାର। ଏଠାରେ ବାସ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ କଲବ୍ରିୟା କ୍ଷେତ୍ରରେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ହେବ। ବ୍ୟବସାୟ ସ୍ଥାନୀୟ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ। ଯେଉଁମାନେ ଏଠାକୁ ସ୍ଥାନାନ୍ତର ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଆବେଦନର ୯୦ ଦିନ ଭିତରେ ନିଜ ବ୍ୟବସାୟ ସେଟଅପ କରିବାକୁ ପଡିବ।

{"id":480046,"sizeSlug":"large","linkDestination":"none"}

ଏହି ଅଫର ପାଇଁ କଲବ୍ରିୟା କ୍ଷେତ୍ର ୱେବସାଇଟରେ କିଛି ସପ୍ତାହରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ। ଏହିଭଳି ଅଫର ଜରିଆରେ ଦକ୍ଷିଣ ଇଟାଲୀକୁ ପୁଣି ଜନବସତିପୁର୍ଣ କରିବାକୁ ଚେଷ୍ଟା କରାଯାଉଛି।

କଲବ୍ରିୟାରେ ବର୍ତ୍ତମାନ ପାଖାପାଖି ୭୫ ପ୍ରତିଶତ ଗାଁରେ ଜନସଂଖ୍ୟା ୫ ହଜାରରୁ କମ ଅଛି। ଗତ କିଛି ଦଶକ ହେଲା ଇଟାଲୀର ଅନେକ ସହର ଘରଗୁଡିକ କମ ଦାମରେ ବିକିବାକୁ ପ୍ରସ୍ତାବ ରଖିଛି। ଜନବସତି ଯୋଜନା ପାଇଁ ସରକାର ଅଲଗା ଭାବେ ୭ ଲକ୍ଷ ପାଉଣ୍ଡ ଫଣ୍ଡ ରଖିଛନ୍ତି। ଏଥିପାଇଁ ଲୋକଙ୍କୁ ଆକର୍ଷିତ କରାଯାଉଛି ଯେପରି ଲୋକେ ଏଠାକୁ ଆସି ସୁନ୍ଦର ଜାଗା ଓ ହାଇ ସ୍ପିଡ଼ ଇଣ୍ଟରନେଟର ଫାଇଦା ଉଠାଇବେ।

{"id":480047,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.