Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ରର ଦ୍ବିତୀୟ ପ୍ୟାକେଜ୍‌ ଘୋଷଣା; ୨୩,୧୨୩ କୋଟି ଟଙ୍କାର ହିସାବ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

8/07/2021 at 9:26 PM

ନୂଆଦିଲ୍ଲୀ ୮/୦୭: କ୍ୟାବିନେଟ ସଂପ୍ରସାରଣ ପରେ ମୋଦୀ ସରକାର ଏବେ ଆକ୍ସନ ମୋଡ୍‌କୁ ଆସିଛନ୍ତି। ମନ୍ତ୍ରିମଣ୍ଡଳ ବିସ୍ତାର ପରେ ଗୁରୁବାର ବସିଥିବା ପ୍ରଥମ କ୍ୟାବିନେଟ୍‌ ବୈଠକରେ କୃଷି ଏବଂ ସ୍ବାସ୍ଥ୍ୟକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଓ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କରୋନା ସଙ୍କଟ ମଧ୍ୟରେ ସ୍ବାସ୍ଥ୍ୟ ସୁବିଧାକୁ ନେଇ ମୋଦୀ ସରକାର ୨୩,୧୨୩ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ଭାରତ ସରକାର ୨୩,୧୨୩ କୋଟି ଟଙ୍କାର ଏକ ଜରୁରିକାଳୀନ ପ୍ରତିକ୍ରିୟା ଏବଂ ସ୍ବାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ପ୍ୟାକେଜ୍‌ ଫେଜ୍‌-୨କୁ ମଞ୍ଜୁରୀ ଦେଇଛନ୍ତି।

ଜରୁରିକାଳୀନ ପ୍ୟାକେଜ୍‌ ଘୋଷଣା କରିବା ସହ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ କହିଛନ୍ତି, ୨୦୨୦ରେ କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଥମ ଫେଜ୍‌ରେ ୧୫ ହଜାର କୋଟି ଟଙ୍କା ଜାରି କରିଥିଲେ। ଏହି ଟଙ୍କାରେ କୋଭିଡ୍‌ ସମର୍ପିତ ହସ୍ପିଟାଲ ୧୬୩ରୁ ୪,୩୮୯ ରେ ପହଞ୍ଚିଛି। ପ୍ରଥମେ କୋବିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର ନଥିଲା ଯାହାକି ଏବେ ୮,୩୩୮ଟି ଅଛି। କୋଭିଡ କେୟାର ସେଣ୍ଟର ସଂଖ୍ୟା ୧୦ ହଜାର ହୋଇଛି। ଅକ୍ସିଜେନ୍‌ ବେଡ୍‌ ୪ ଲକ୍ଷରୁ ଅଧିକ ରହିଛି।

ଏହାସହ ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦ୍ବିତୀୟ କରୋନା ଲହରରେ ଯେଉଁ ଅସୁବିଧା ସାମ୍ନାକୁ ଆସିଛି ତାହାକୁ ଦେଖି ସରକାର ୨୩ ହଜାର କୋଟି ଟଙ୍କାର ଆଉ ଏକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରୁ କେନ୍ଦ୍ର ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ରାଜ୍ୟ ସରକାରଙ୍କୁ ୮ ହଜାର କୋଟି ଟଙ୍କା ଦିଆଯିବ। ଏହା ବ୍ୟତୀତ କରୋନା ମହାମାରୀ ସହ ସାମୂହିକ ଭାବେ ଲଢ଼େଇ କରିବାକୁ ହେବ। ୯ ମାସର ସୀମା ଅବଧିରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଅତିକ୍ରମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ରାଜ୍ୟଗୁଡ଼ିକୁ ଯଥାସମ୍ଭବ କେନ୍ଦ୍ର ସହାୟତା କରିବ ବୋଲି ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ୭୩୬ ଜିଲ୍ଲାରେ ଶିଶୁ ଚିକିତ୍ସା କେନ୍ଦ୍ର ତିଆରି ହେବ। କରୋନା ରିଲିଫ ପାଣ୍ଠି ଜରିଆରେ ୨୦ ହଜାର ଆଇସିୟୁ ବେଡ୍‌ ନିର୍ମାଣ ହେବ। ୨୩ ହଜାର କୋଟିର ପ୍ୟାକେଜ୍‌ରେ ଯେଉଁ ସବୁ କାର୍ଯ୍ୟ ହେବାକୁ ଅଛି ସେସବୁ ୯ ମାସର ଅବଧି ମଧ୍ୟ​‌​‌ରେ ଶେଷ କରାଯିବ ବୋଲି ମନସୁଖ ମାଣ୍ଡଭିୟ କହିଛନ୍ତି। ​

   Related Posts