Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଅଟକି ରହିଛି ୨୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ: ଅଟକି ଯାଇଛି ବିକାଶଧାରା

29/05/2020 at 9:17 AM

ଭୁବନେଶ୍ବର୨୯/୫: ୨୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଏବେ ଅଟକି ରହିଛି, ଯାହାର କାମ ଆରମ୍ଭ ହୋଇପାରୁନି । ଏକ ସର୍ଭେରୁ ଜଣା ପଡ଼ିଛି ଦେଶର ବଡ଼ ବଡ଼ ସହରରେ ଏବେ ଅଟକି ରହିଛି ପ୍ରାୟ ୯ ହଜାର ପ୍ରକଳ୍ପ, ଯାହାର କାମ ଆରମ୍ଭ ହୋଇପାରୁନାହିଁ। ସ୍ଥିତି ଏମିତି ହୋଇଛି ଯେ, ଲକଡାଉନ୍ କଟକଣା କୋହଳ ହେଲେ ମଧ୍ୟ ଏସବୁ ପ୍ରକଳ୍ପ କାମ ପୁଣି ଆରମ୍ଭ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକି ଦେଶର ବିକାଶଧାରା ଫେରିବା ଉପରେ ସନ୍ଦେହ ସୃଷ୍ଟି କରିଛି।

ଅଟକି ରହିଛି ୮୯୧୭ ପ୍ରକଳ୍ପର କାର୍ଯ୍ୟ । ଅଟକି ଯାଇଛି ବିକାଶଧାରା। କରୋନା ଲକଡାଉନ ଯୋଗୁଁ ଦେଶର ରେଡଜୋନରେ ଥିବା ଏସବୁ ପ୍ରକଳ୍ପ କାମ ଏବେ ଆଗେଇପାରୁନାହିଁ। ଏକ ସର୍ଭେରୁ ଜଣା ପଡ଼ିଛି ଯେ ଦେଶର ୧୦୮ଟି ରେଡ ଜୋନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ଲାଗିଛି। ଝୁଲିକି ରହିଛି ୨୧.୧୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ । ଗୋଟିଏ ପଟେ ଦେଶରେ କରୋନାର କହର ବ୍ୟାପିବାରେ ଲାଗିଛି ଅନ୍ୟପଟେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ଲକଡାଉନ ନିୟମରେ କୋହଳ କରିବା ଉପରେ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଏହା ସତ୍ତ୍ବେ ଦେଶର ବିକାଶ ଧାରାକୁ ତ୍ବରାନ୍ବିତ କରୁଥିବା କିଛି ପ୍ରମୁଖ କ୍ଷେତ୍ର ଏବଂ ଅଟକି ଯାଇଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ସମଗ୍ର ପ୍ରକଳ୍ପ ମଧ୍ୟରୁ ୩୭ ଦଶମିକ ୪ ପ୍ରତିଶତ ପ୍ରକଳ୍ପ ଏବେ ବନ୍ଦ ହୋଇଯାଇଛି।

ଏହି ସର୍ଭେରୁ ଜଣାଯାଇଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଲକଡାଉନ ଘୋଷଣା କରିଥିଲେ ସେତେବେଳେ ଦେଶବ୍ୟାପୀ ୧୭୩୭୨ଟି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ବନ୍ଦ ହୋଇଯାଇଥିଲା। ଯାହାର ମୂଲ୍ୟ ଥିଲା ୫୬ ଦଶମିକ ୫୧ ଲକ୍ଷ କୋଟି ଟଙ୍କା। ତେବେ ଧିରେ ଧିରେ କିଛି ଅଞ୍ଚଳରେ ଲକ୍ ଡାଉନ କୋହଳ ହେବା ସହିତ ସେସବୁ ଅଞ୍ଚଳର ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସତ୍ତ୍ବେ ବି ବର୍ତ୍ତମାନ ବନ୍ଦ ହୋଇ ରହିଥିବା ପ୍ରକଳ୍ପଗୁଡ଼ିକ ଏବେ ଦେଶର ଆର୍ଥିକ ପ୍ରଗତି ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି।

ଯେଉଁସବୁ ପ୍ରକଳ୍ପ ବନ୍ଦ ରହିଛି ସେମଧ୍ୟରେ ସର୍ବାଧିକ ରହିଛି ଭିତ୍ତିଭୂମି ବିକାଶ କ୍ଷେତ୍ରର। ମୋଟ ୮୯୧୭ ପ୍ରକଳ୍ପ ମଧ୍ୟରୁ କେବଳ ଭିତ୍ତିଭୂମି ବିକାଶ କ୍ଷେତ୍ରର ପ୍ରକଳ୍ପ ସଂଖ୍ୟା ୭୯୯୮। ଏହାର ମୂଲ୍ୟ ହେଉଛି ୧୬.୨୬ କୋଟି। ଏଥିରେ ରହିଛି ୧୨୯୨ଟି ରାସ୍ତା ତିଆରି, ୧୬୬ଟି ରେଳ ପ୍ରକଳ୍ପ। ୨୦୩ଟି ହସ୍ପିଟାଲ ତିଆରି, ୩୯୭୧ଟି ରିଅଲ ଏଷ୍ଟେଟ ପ୍ରକଳ୍ପ, ୬୩୦ଟି କମର୍ସିଆଲ କମ୍ପ୍ଲେକ୍ସ ଏବଂ ୧୭୮ଟି ଇଣ୍ଟଷ୍ଟ୍ରିଆଲ ପାର୍କ। ଅନ୍ୟ ୯୦୦ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଖଣି, ଜଳସେଚନ ଏବଂ ଉତ୍ପାଦନ କ୍ଷେତ୍ରର ପ୍ରକଳ୍ପ ରହିଛି। ବନ୍ଦ ହୋଇ ରହିଥିବା ପ୍ରକଳ୍ପ ଗୁଜ଼ିକ ମଧ୍ୟରୁ ୬୨.୯ ପ୍ରତିଶତ ହେଉଛି ସରକାରୀ।

ବନ୍ଦ ପ୍ରକଳ୍ପ ମଧ୍ୟରୁ ସର୍ବାଧିକ ରହିଛି ମହାରାଷ୍ଟ୍ରରେ। ୫.୯୬ କୋଟି ଟଙ୍କାର ୨୯୭୦  କୋଟି ଟଙ୍କାର ପ୍ରକଳ୍ପ ମହାରାଷ୍ଟରରେ ଅଟକି ରହିଛି। ଯେହେତୁ କୋଭିଡ19  ପ୍ରଭାବରେ ଶ୍ରମିକମାନେ ନିଜନିଜ କାର୍ଯ୍ୟକ୍ଷେତ୍ର ଛାଡ଼ି ଭିଟାମାଟିକୁ ଚାଲିଯାଇଛନ୍ତି ତେଣୁ ସେମାନେ ପୁଣି କାମରେ ଲାଗିବା ଉପରେ ଏସବୁ ପ୍ରକଳ୍ପର ଭାଗ୍ୟ ଝୁଲିକି ରହିଛି। ଏଣୁ ଲକଡାଉନ କଟକଣା କୋହଳ ହେଲେ ମଧ୍ୟ ବଡ଼ ବଡ଼ ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ ହେବା ଆଶା କ୍ଷୀଣ।

   Related Posts