ଜିଏସ୍‌ଟି ନାଁରେ ୨ କୋଟି ଟଙ୍କା ଠକେଇ: ଶୁଣନ୍ତୁ ଠକାମୀର ଶିକାର ହୋଇଥିବା ୨ ଜଣ ବ୍ୟକ୍ତି କ'ଣ କହୁଛନ୍ତି...

Published By : Prameya-News7 Bureau | November 07, 2020 IST

ବାଲାଙ୍ଗୀର୭/୧୧: ବଲାଙ୍ଗୀରରେ ଜିଏସ୍‌ଟି ଠକେଇ l ଋଣ ଦେବେ କହି ଚାଷୀଙ୍କୁ ଲୁଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ସଇଁତଳା ଗାଁ​‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି l ଏ ନେଇ ଠକାମୀର ଶିକାର ହୋଇଥିବା ସଇଁତଳା ଓ ଦେଓଗାଁ ଅଞ୍ଚଳର ଜଣେ ମହିଳା ଏବଂ ପୁରୁଷ ଉଭୟ ଥାନାର ଦ୍ୱାରସ୍ଥ ହୋଇଛନ୍ତିl

wp:html /wp:html

ଗତ କିଛିଦିନ ତଳେ ଜିଏସ୍‌ଟିର କିଛି ଅଧିକାରୀ ସଇଁତଳା ଥାନା ଘଣ୍ଟ ମାଲ ଗାଁର ରବୀନ୍ଦ୍ର ଭୋଇଙ୍କ ନିକଟରେ ପହଞ୍ଚିଥିଲେ। ରବୀନ୍ଦ୍ର ସିନ୍ଦୂଜା ଷ୍ଟିଲ ନାଁରେ ଏକ କମ୍ପାନୀ ଖୋଲି ପାଖାପାଖି ୨ କୋଟି ଟଙ୍କାର କାରବାର କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ସେହିପରି ମହିଳାଙ୍କ ନାଁରେ ମଧ୍ୟ ଏଭଳି ମିଛ ଅଭିଯୋଗ ଆସିଥିଲା।

ଯେତେବେଳେ ଉଭୟଙ୍କ ବିରୋଧରେ ୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଲା। ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗତ ଅଗଷ୍ଟ ମାସରେ ସ୍କାରଫ୍ କାରବାର କରି ପାଖାପାଖି ୨ କୋଟି ଟଙ୍କାର କାରବାର କରିଥିବା ମିଛ ଅଭିଯୋଗ ସେମାନଙ୍କ ନାଁରେ ଆସିଥିଲା। ହେଲେ ଯେଉଁ ୨ ଜଣଙ୍କ ନାଁରେ ଏମିତି ଅଭିଯୋଗ ଆସିଛି, ସେମାନେ ଦିନ ମଜୁରିଆ। ସେପଟେ ଏ ନେଇ ଉଭୟ ଥାନାର ଦ୍ବାରସ୍ଥ ହୋଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.